ଢ଼େପାଗୁଡା ପଞ୍ଚାୟତରେ ପାନୀୟ ଜଳର ଉତ୍କଟ ସମସ୍ୟା
ମୋହନା, (ଅଂଶୁମାନ ପଣ୍ଡା): ପାଣି ପାଇଁ ଲୋକ ହେଲେ ଡହଳ ବିକଳ ଏପରି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଢ଼େପାଗୁଡା ପଞ୍ଚାୟତର ଗୋଠକେଳି ଚାରି ଛକରେ l ସେହି ଛକଦେଇ ପ୍ରତେକ ଦିନ ସହ ସହ ଲୋକ ଯିବା ଆସିବା କରୁଥିବା ବେଳେ ଏହି ଚାରିଛକରେ ଲୋକ ପାଣି ଟୋପାଏ ପାଇଁ ଡହଳ ବିକଳ ହେବାର ଦେଖିବାକୁ ମିଳିଛି l ବାରମମ୍ବାର ରାଜନେତା ମାନଙ୍କୁ ଜଣାଇ ଆସିଥିଲେ ସୁଦ୍ଧା ଏହାର କୈଣସି ସୁଫଳ ହେବାର ଦେଖିବାକୁ ମିଳିନି ବୋଲି ଜନ ସାଧାରଣ କହିଛନ୍ତି l ଏହି ଚାରିଛକରେ ଯଦି ଗୋଟିଏ ନଳକୂଅ ର ବ୍ୟବସ୍ତା କରାଇଥାନ୍ତା ତାହେଲେ ଲୋକେ ଏହି ବାଟଦେଇ ଯିବା ଆସିବାବା କରିବାଟା ଭଲ ହାଇପାରିଥାନ୍ତା ବୋଲି ଜଣାଇଛନ୍ତି l ଦିନକୁ ଦିନ ଖରାର ତାପ ବଢ଼ି ବଢ଼ି ଯିବାରୁ ଲୋକେ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଯଦି ଆମ ସରକାର ୟାରୀ ଉପରେ ଟିକେ ନଜର ଦିଅନ୍ତେ ତାହେଲେ ଏହି ରାସ୍ତା ଦେଇ ଯାଉଥିବା ସହ ସହ ଲୋକଙ୍କ ଜୀବନ ବଞ୍ଚି ଯାଇପାରନ୍ତା l ଖବର କାଗଜରେ ବା ଟିଭି ମାଧ୍ୟମରେ ଗଞ୍ଜାମ ଗଜପତି ସୀମାନ୍ତ ହୋଇଥିବାରୁ କୈଣସି ପ୍ରସାଶନ କିମ୍ବା ରାଜନେତା ବା ସରକାର କାହାରି ମଧ୍ୟ ନଜର ପଡୁନଥିବା ଦେଖିବାକୁ ମିଳିଛି l ସରକାର ପ୍ରତେକ ଦିନ ଖବର କାଗଜରେ କିମ୍ବା ଟିଭି ମାଧ୍ୟମରେ ଯୋଜନା ପରେ ଯୋଜନା ପ୍ରସାର ପ୍ରଚାର କରନ୍ତି ହେଲେ ଏଠି ସେସବୁ ଫେଲ ମାରିଛି l ଏହି ବିଷୟରେ ପିଓ ବିନଦବିହାରୀ ଦାଶ ଙ୍କୁ ପଚାରିବାରୁ ସେ କହିଛନ୍ତି ତୁରନ୍ତ ଏକ ନଳକୂପଖୁଳା ଯିବ l


