ବୃତ୍ତି ପରୀକ୍ଷାରେ ତିନି ଛାତ୍ରଙ୍କ ସଫଳତା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ସରସ୍ୱତୀ ଶିଶୁ ମନ୍ଦିରର ତିନିଜଣ ଛାତ୍ର ୨୦୧୯-୨୦ଶିକ୍ଷାବର୍ଷ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି । ନିକଟ ନପଙ୍ଗ ଗ୍ରାମର ବିରଞ୍ଚି ନାୟକଙ୍କ ପୁଅ ବିଭୂଦତ୍ତ, କମଳାକାନ୍ତ ନାୟକଙ୍କ ପୁଅ ସୁବାଶିଷ ଓ ଧର୍ମେନ୍ଦ୍ର ନାୟକଙ୍କ ପୁଅ ଶାସ୍ୱତ ଏହି ବୃତ୍ତି ପରୀକ୍ଷାରେ ସଫଳତା ହାସଲ କରି ବିଦ୍ୟାମନ୍ଦିରର ଗୌରବକୁ ବଢାଇଛନ୍ତି । ଶିକ୍ଷାନୁଷ୍ଠାନର ଗୁରୁଜୀ, ଗୁରୁମା ଓ ପରିଚାଳନା କମିଟି ସଦସ୍ୟଙ୍କ ସମସ୍ତ ପ୍ରଚେଷ୍ଟା ଯୋଗୁ ଛାତ୍ର ମାନେ ଏହି ସଫଳତା ହାସଲ କରିଥିବା ପ୍ରଧାନ ଆଚାର୍ଯ୍ୟ ପ୍ରଭାତ କୁମାର ରାଉତ କହିଛନ୍ତି । ଛାତ୍ର ବିଭୂଦତ୍ତ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସୁବାଶିଷ ଓ ଶାସ୍ୱତ ଯଥାକ୍ରମେ ଷଷ୍ଠ ଏବଂ ସପ୍ତମ ସ୍ଥାନ ଅଧିକାର କରିଛନ୍ତି । ବିଦ୍ୟାଳୟ ପକ୍ଷରୁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି ।


