ଢୁଷଗୁଡା ରେତ ଜଳ ସେଚିତ ପ୍ରକଳ୍ପ ଜଣେ ଛାତ୍ର ପାଣିରେ ବୁଡି ନିଖୋଜ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଧୂଷଗୁଡା ରେତ ଡ୍ୟାମ ରେ ଭବାନୀପାଟଣା ବିକାଶ କଲେଜର ଜଣେ ଛାତ୍ର ପାଣିରେ ବୁଡି ନିଖୋଜ ଥିବା ସୁଚନା, ସୁଚନା ଅନୁଯାୟୀ ଭବାନୀପାଟଣା ବିକାଶ କଲେଜର ଦୁଇଟି ଛାତ୍ରୀ ଏବଂ ତିନୋଟି ଛାତ୍ର ଧୂଷଗୁଡା ରେତ ଡ୍ୟାମ ବୁଲିବାକୁ ଆସିଥିଲେ ଏହି ସମୟରେ ଜଣେ ଛାତ୍ରର ଅସାବଧାନ ଯୋଗୁଁ ଜଣେ ପାଣିରେ ବୁଡିଯିବା ପରେ ନିଖୋଜ ଛାତ୍ରଙ୍କ ପରିବାରକୁ ଅନ୍ୟ ଛାତ୍ରଛାତ୍ରୀ ଖବର ଦେଇଥିଲେ ଖବର ପାଇ ପରିବାର ଲୋକେ ପୋଲିସ କୁ ଜଣାଇବା ପରେ ନର୍ଲା ଅଗ୍ନିଶମ ଏବଂ ଭବାନୀପାଟଣା ଅଗ୍ନିଶମ ବିଭାଗ ମିଳିତ ଉଦ୍ୟମ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି। ଭବାନୀପାଟଣାର ପଣ୍ଡା ଫ୍ରୁଡସ ମାଳିକ ସୁଦାମ ପଣ୍ଡାଙ୍କ ର ପୁଅ ସାଲୁ ପଣ୍ଡା ବୋଲି ଜଣାପଡିଛି। ତିନି ଘଣ୍ଟା ମଧ୍ୟରେ ନିଖୋଜ ଛାତ୍ରର ପତା ମିଳି ନଥିବା ସୁଚନା l


