ଢେପଗୁଦା ଜଙ୍ଗଲର ଡକାୟତି ହତ୍ୟା ମାମଲା, ୮ ଅଭିଯୁକ୍ତ କୋର୍ଟ ଚାଲାଣ

କଳାହାଣ୍ଡି,(ୱାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଢେପଗୁଡା ଜଙ୍ଗଲଠାରେ ଏକ ଗାଡି ଡ୍ରାଇଭରଙ୍କୁ ହତ୍ୟା ଡକାୟତି ଘଟଣାରେ ବିଶ୍ୱନାଥପୁର ପୋଲିସ ୮ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି | ଗତ ୨୩ ତାରିଖରେ ଗୋଟିଏ କୋଇଲା ବୋଝେଇ ଟ୍ରକ ଆନ୍ଦ୍ରପ୍ରଦେଶ ଠାରୁ ଝାରସୁଗୁଡା ଯାଉଥିବା ବେଳେ ରାତ୍ର ୮ ଘଣ୍ଟା ସମୟରେ ଢେପଗୁଡା ଜଙ୍ଗଲରେ ବ୍ରେକ ଫେଲ ଯୋଗୁଁ ରାସ୍ତା କଢ଼ରେ ଏକ ଗଛରେ ପିଟିହୋଇ ଯାଇଥିଲା |ସେହି ସମୟରେ ୮ ଜଣ ଦୁର୍ବୁତ୍ତ ଢେପଗୁଡା ଜଙ୍ଗଲରେ ଡକାୟତି କରିବା ଉଦେଶ୍ୟ ରାତି ୧୨ ଟାରେ ଯାଇ ଦେଖିଲେ ଜଙ୍ଗଲରେ ଦୁର୍ଘଟଣା ଗ୍ରସ୍ତ ଗାଡ଼ିରେ ଡ୍ରାଇଭରଙ୍କୁ ଟଙ୍କା ମାଗିଲେ ଟଙ୍କା ନଥିବା କହିବାରୁ ବହୁତ ମାଡ଼ ମାରିଥିଲେ | ଫଳରେ ହେଲ୍ପର ଜୀବନ ଭୟରେ ଜଙ୍ଗଲ ଭିତରକୁ ଦୌଡ଼ିକି ପଳାଇ ଥିଲା | ଡ୍ରାଇଭର ମଧ୍ୟ ଦୌଡ଼ି ଯିବାକୁ ଚେଷ୍ଟା କରୁଥିବା ବେଳେଧରା ପଡିଥିଲା । ଫଳରେ ଡ୍ରାଇଭରକୁ ମାଡ ମାରି ଏକ ଟ୍ରକ ଆସୁଥିବା ବେଳେ ଟ୍ରକ ସାମ୍ନାରେ ଫିଙ୍ଗି ଦେଇଥିଲେ | ଯାହା ଫଳରେ ଡ୍ରାଇଭର ମୃତ୍ୟୁ ହୋଇଥିଲା | ପରଦିନ ଗାଡି ହେଲ୍ପର କହିବା ଅନୁଯାୟୀ ବିଶ୍ୱନାଥପୁର ପୁଲିସ ଏକ ମାମଲା ରୁଜୁ କରି କଳାହାଣ୍ଡି ଏସ.ପି ବାତୁଲା ଗଙ୍ଗାଧରଙ୍କ ଓ କେସିଙ୍ଗା ଏସ. ଡି.ପି.ଓ ଗୁପ୍ତେଶ୍ଵର ଭୋଇଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ ତଦନ୍ତ କରି ଅଫିସର ସବଇନକ୍ସସ୍ପେକ୍ଟର ଯୁଜିଷ୍ଟିର ଗରଡ଼ାଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଗଠନ କରି ତଦନ୍ତ ଜାରି ରହିଥିଲା । ଏହି ଘଟଣାର ୮ ଜଣ ଡ଼କାୟତଙ୍କୁ ପୋଲିସ ଗିରଫ୍ କରିଥିଲା | ଡକାୟତି ମାନଙ୍କଠାରୁ ଗୋଟିଏ ବ୍ୟବହାର କରିଥିବା ବୋଲେରୋ ଗୋଟିଏ ପିସ୍ତଲ ଦୁଇ ରାଉଣ୍ଡ ଗୁଳି ଖଣ୍ଡା ଦୁଇଟି ଚୋରି ହୋଇଥିବା ବେଟେରୀ ଏସବୁ ଜବତ କରିଥିଲେ । ଆଜି ୮ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ