ତଣ୍ଡାଘର ସମୁଦ୍ର କୂଳରେ ଭାସମାନ ଅବସ୍ଥାରେ ଉଦ୍ଧାର ହେଲା ଜାହାଜର ଭଗ୍ନାବଶେଷ

କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଥାନା ନିକଟବର୍ତ୍ତୀ ବାଲି ଦୋକାନ ଠାରୁ ଅଳ୍ପ ଦୂରରେ ଥିବା ତଣ୍ଡା ଘର ସମୁଦ୍ର କୂଳରେ ଭୋରରୁ ଏକ ଜାହାଜର ଭଗ୍ନାବଶେଷ ଉଦ୍ଧାର କରାଯାଇଛି । ଯାହାର ନା ରହିଛି ଅବସର ବୋଇଁ । ଗଭୀର ସମୁଦ୍ର ମଧ୍ୟରେ ଆକସ୍ମିକ ଭାବେ ଯଦି ଜାହାଜ କିଛି ଦୁର୍ଘଟଣା ଘଟି କ୍ଷତି ହୁଏ ଏହି ଅଂଶ ଟିକୁ ସେଠାରେ ଲଗାଯାଇ ସମୁଦ୍ର ଗର୍ଭରେ କଣ ରହିଛି ତାହା ନିରୂପଣ କରାଯାଏ । ଏଥି ନିମନ୍ତେ ଉକ୍ତ ଅବସର ବୋଇଁର ଶୀର୍ଷରେ ରେଡ଼ିଓ ଯନ୍ତ୍ର ବା ରାଡର ମଧ୍ୟ ସଂଯୋଗ କରାଯାଇଥାଏ । ବିଶେଷ ଭାବେ ସମୁଦ୍ର ଗର୍ଭରେ ଲୁକ୍କାୟିତ ଥିବା କିଛି ଖଣିଜ ସଂପଦ ହେଉ ବା ଅନ୍ୟାନ୍ୟ କୋୖଣସି ପ୍ରାକୃତିକ ପଦାର୍ଥ ସେ ସବୁକୁ ଖୋଜି ବାହାର କରିବାକୁ ଏହି ଯନ୍ତ୍ର ଟିକୁ ବ୍ୟବହାର କରାଯାଏ । ସକାଳୁ ଗ୍ରାମର କିଛି ଯୁବକ ସମୁଦ୍ର ତଟରେ ବୁଲୁଥିଲା ବେଳେ ଏହାକୁ ଦେଖି ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥାନରେ କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ପହଞ୍ଚି ତଦନ୍ତ କରିବା ସହ ଏହାକୁ କିପରି ଉଦ୍ଧାର କରାଯିବା ସେନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଯନ୍ତ୍ର ଟିର ଓଜନ ହାରାହାରି ୫ ରୁ ୧୦ ଟନ ହୋଇଥିବା ବେଳେ ଏହାକୁ ଅବସର ବୋଇଁ କୁହାଯିବା ନିକଟସ୍ଥ ଗ୍ରାମର ଜଣେ ଯୁବକ ଯେକି ଗୋପାଳପୁର ଠାରେ ମେରାଇନ ସାଇନ୍ସ କଲେଜରର ପ୍ରଥମ ବର୍ଷର ଛାତ୍ର ଅଭିଜିତ ସ୍ୱାଇଁ ପ୍ରକାଶ କରିଛନ୍ତି । ଏପଟେ ଏତେବଡ ଜିନିଷ ଆଗରୁ କେବେ ଦେଖି ନଥିବା ଦର୍ଶାଇ ଡର ଓ ଭୟରେ ରହିଛନ୍ତି ଗ୍ରାମବାସୀ । କେତେକ ଲୋକ ଉକ୍ତ ସ୍ଥାନରେ ସେହି ଯନ୍ତ୍ର ପାଖରେ ଠିଆ ହୋଇ ସେଲ୍ଫି ଉଠାଇଥିବା ମଧ୍ୟ ନଜିର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ