ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟାର ମାନ୍ୟତା ପାଇବା ଦାବିନେଇ ପଦଯାତ୍ରା

ଭଞ୍ଜନଗର (ସନ୍ତୋଷ କୁମାର ଜେନା) : ଓଡିଶାର ଅବସ୍ଥା ଓ ପରିସ୍ଥିତିକୁ ପରିଖିଲା ପରେ ଜଗତ୍‌ସିଂହପୁର ଜିଲ୍ଲାର ବାଲିକୁଦା ବ୍ଳକ୍‌ ଭଗବାନ ସିନ୍ଧଲ୍‌ ଗାଁର ଜଣେ ଗ୍ରାମୀଣ ବିକାଶ ବିଷୟରେ ପିଜି ପାସ କରିଥିବା ଯୁବକ ଚିନ୍ତାକଲେ ଜେ ଓଡିଶାକୁ ସ୍ବତନ୍ତ୍ର ପାହ୍ୟାର ମାନ୍ୟତା ପାଇବାର ଆବଶ୍ୟକତା ରହିଛି। ଯାହା ଫଳରେ ଓଡିଶାବାସୀ ଶତକଡା ୨୦ପ୍ରତିଶତ ଅତ୍ୟଧିକ ସୁବିଧା ପାଇପାରିବେ ବୋଲି ଆଶାରହିଛି। ତେଣୁ ଏଥିସକାଶେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟେରେ ରାଜ୍ୟର ୩୧୪ ବ୍ଳକ୍ ରୁ ଗୋଟିଏ ଲେଖାଏଁ ଆବେଦନ ପତ୍ର ବା ସ୍ମାରକ ପତ୍ର ପ୍ରଦାନ କରିବାକୁ ହେବ। ଏହା ମନସ୍ଥ କରି ୨୦୧୯ ମସିହା ଜୁଲାଇ ମାସ ୧୦ତାରିଖ ରେ ଜାଜପୁର ଜିଲ୍ଲା ବଡଚଣା ବ୍ଳକ୍‌ରୁ ପ୍ରଥମେ ବାହାରିଥିଲେ । ହାତରେ ତ୍ରିରଙ୍ଗା ପତାକା ଧରି ବେକରେ ପଦଯାତ୍ରର ଏକ ଫଳକ ନେଇ ସଂକଳ୍ପର ସହିତ ଆରମ୍ଭ କଲେ ପଦଯାତ୍ରା । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ୨୫୦ ଦିନରେ ୧୬ଜିଲ୍ଲାର ୧୬୫ଟି ବ୍ଳକ୍ ର ବିଡିଓଙ୍କୁ ସାକ୍ଷାତ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମରକ ପତ୍ର ପ୍ରଦାନ କରିଚାଲିଛନ୍ତି । ଗତକାଲି ଗଞ୍ଜାମଜିଲ୍ଲା ଭଞ୍ଜନଗରରେ ପହଞ୍ଚିଥିଲେ ଭଞ୍ଜନଗର ବିଡିଓ ଏବଂ ପରେ ବେଲଗୁଣ୍ଠା ବ୍ଳକ୍ର ଅତିରିକ୍ତ ବିଡିଓଙ୍କୁ ସାକ୍ଷାତ କରି ସେହି ସ୍ମାରକ ପତ୍ରଟି ପ୍ରଦାନ କରି ପୁଣି ଜଗନ୍ନାଥ ପ୍ରସାଦ ବ୍ଳକ୍‌ ଅଭିମୁଖେ ଯାତ୍ରା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ