ତନରଡ଼ା ମଣ୍ଡଳ ବିଜେପି ସଭାପତି ସୁଧାଂଶୁଙ୍କ ପ୍ରାର୍ଥୀ ପତ୍ର ଦାଖଲ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନ ହୋଇଥିବା ବେଳେ ନାମାଙ୍କନ ପତ୍ର ଦାଖଲ ଉପରେ ରାଜନୀତି ବିଶେଷଜ୍ଞ ମାନଙ୍କର ତୀକ୍ଷ୍ଣ ନଜର ରହିଥିଲା I ମିଳିଥିବା ସୁଚନା ପ୍ରକାରେ ଆଜି ବେଲଗୁଣ୍ଠା ବ୍ଳକ୍ ର 18 ଟି ପଂଚାୟତ ମଧ୍ୟରୁ ବିଭିନ୍ନ ପଞ୍ଚାୟତର ୱାର୍ଡ୍ ସଭ୍ୟ ସଭ୍ୟା ପଦବୀ ପାଇଁ 48 ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଦୁଇଜଣ ସମିତି ସଭ୍ୟ ଏବଂ ଜଣେ ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ଆଜି ପୂର୍ବତନ ସରପଞ୍ଚ ତଥା ତନରଡା ମଣ୍ଡଳ ବିଜେପି ସଭାପତି ସୁଧାଂଶୁ ଶେଖର ପଲେଇ ଉଢୁରା ପଂଚାୟତରୁ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ମଙ୍ଗଳପୁର ସମିତି ସଭ୍ୟା ପ୍ରାର୍ଥୀ ଭାବେ ବିଜେଡ଼ି ସମର୍ଥିତ ପ୍ରାର୍ଥିନୀ ରୁନିବାଳା ମଳିକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ଉଭୟେ ବେଲଗୁଣ୍ଠା ବ୍ଳକ୍ ନିର୍ବାଚନ ଦାୟିତ୍ୱରେ ଥିବା ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ସେହିପରି ଆଜି ସରପଞ୍ଚ ପଦବୀ ପାଇଁ ମାତ୍ର ଜଣେ ପ୍ରାର୍ଥିନୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି I ଖଇରପୁଟି ପଞ୍ଚାୟତରୁ ବର୍ତ୍ତମାନ ସରପଞ୍ଚ ଥିବା ପ୍ରତିମା ଜେନା ପୁଣି ଥରେ ସରପଞ୍ଚ ପ୍ରାର୍ଥିନୀ ଭାବେ ଆଜି ଖଇରପୁଟି ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ବୁଧବାର ଏବଂ ଗୁରୁବାର ଦିନ ଅଧିକ ପ୍ରାର୍ଥୀ ପତ୍ର ଦାଖଲ ହେବାର ସମ୍ଭାବନା ରହିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ