ତପ୍ତପାଣିରେ ଭିନ୍ନ ଧରଣରେ ସମ୍ମାନ ଜଣାଇଲେ କରୋନା ଯୁଦ୍ଧାଙ୍କୁ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ସାରା ରାଜ୍ୟରେ କରୋନା ଚାଲିଥିବା ବେଳେ ମନ୍ଦିର, ମସଜିଦ୍, ଗିରିଜା ଆଦି ସ୍ଥାନକୁ ଜନସମାଗମ ନହେବା ପାଇଁ ସରକାରଙ୍କ ନିର୍ଦ୍ଧେଶା ବଳୀ ରହିଛି । ଏହାକୁ ଆଖି ଆଗରେ ରଖି ବିଭିନ୍ନ ମନ୍ଦିର ମସଜିଦ୍ ଗୁଡିକରେ ନିୟମକୁ ପାଳନ କରାଯାଉଛି । ଗଜପତି ଓ ଗଞ୍ଜାମ ସିମାନ୍ତରେ ମା କନ୍ଧୁଣୀ ଦେବୀ ପୀଠ ବା ତପ୍ତପାଣି ଠାରେ ଭିନ୍ନ ଧରଣରେ କରୋନା ଯୁଦ୍ଧାଙ୍କୁ ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହ ମନ୍ଦିର ଚଃତୁ ପାଶ୍ୱର୍ରେ ଆଲୋକରେ ସଜା ଯାଇଛି । ଏହା ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ଯୋଗୁଁ ଏଠାକୁ ଶହ ଶହ ପର୍ଯ୍ୟଟକ ଆସନ୍ତି । ବର୍ତମାନ କରୋନାର ଭୟ ଓ ଲକଡାଉନ ଯୋଗୁଁ କୌଣସି ପର୍ଯ୍ୟଟକ ଆସୁ ନାହାନ୍ତି ଯାହା ଫଳରେ ପୂଜକଙ୍କୁ ପାଉଣ ମିଳୁନି, ଅଂଚଳରେ ଥିବା ଦୋକାନ ବଜାରରେ ବ୍ୟବସାୟ ମଧ୍ୟ ବନ୍ଦ ହୋଇଯାଇଛି । ମୁର୍ଗ ବିହାରର ଚର୍ତୁପାଶ୍ୱର୍ ଖାଁ ଖାଁ ଓ ଟିକସ ମଧ୍ୟ ଆଦାୟ ହୋଇପାରୁନି । ଏହାକୁ ଅଂଚଳବାସୀ ଚିନ୍ତାରେ ଥିବା ବେଳେ ଆଜି ପୂଜକ ଚନ୍ଦ୍ରଶେଖର ଜାନି ମା କନ୍ଧୁଣୀ ଦେବୀଙ୍କୁ ମାର୍ଜନା କରି ଭୋଗ ରାଜ ଲଗାଇ ଅଂଚଳରୁ ଯେପରି କରୋନା ହଟିବ ଏବଂ କରୋନା ପାଇଁ ସମସ୍ତ ପୁଲିସ, ଡାକ୍ତର, ସଫେଇ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଓ ସରକାରୀ କର୍ମଚାରୀମାନଙ୍କୁ କୌଣସି କ୍ଷୟକ୍ଷତି ନଘଟିବା ପାଇଁ ପୂଜାର୍ଚ୍ଚନା କରିବା ସହ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ ।


