ତପ୍ତପାଣି ଘାଟିରେ ଓଲଟିଲା ଆମ୍ବ ବୋଝେଇ ଟ୍ରକ୍ ତିନି ଆହତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଟି ଗୋବିନ୍ଦପୁର ତପ୍ତପାଣି ଘାଟି ପାଲୁଖୋଳା ନିକଟରେ ଗୁରୁବାର ବିଲମ୍ୱିତ ରାତ୍ରଏକ ଆମ୍ବ ବୋଝେଇ ଟ୍ରକ୍ ଓଲଟି ପଡ଼ିଥିବା ବେଳେ ତିନିଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗଞ୍ଜାମ – ଗଜପତି ଜିଲ୍ଲା ସୀମାନ୍ତ ଶିକୁଳି ପଦର ଠାରୁ ଆମ୍ବ ନେଇ ଝାରସୁଗୁଡ଼ା ଯାଉଥିବା ଏହି ଟ୍ରକ୍ ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ତିନିଜଣ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ପୋଡାମାରି ଫାଣ୍ଡି ଅଧିକାରୀ ପରମେଶ୍ବର ମଲିକ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ହସପିଟାଲକୁ ପଠାଇଥିବା ବେଳେ ଅବସ୍ଥାର ଗୁରୁତର ଯୋଗୁଁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତମାନେ ହେଲେ ରେଢ଼ାଖୋଲର ଉମେଶ କୁମାର ଦେଓ , ଅଜିତ କୁମାର ସାହୁ ଏବଂ କଂସାମାରୀର କେ ମନୋରଞ୍ଜନ ହୋଇଥିବା ଜଣାପଡ଼ିଛି । ପୋଡାମାରୀ ଫାଣ୍ଡି ପୋଲିସ ପକ୍ଷରୁ ଦୁର୍ଘଟଣା ତଦନ୍ତ ଚାଲିଥିବା ଫାଣ୍ଡି ଅଧିକାରୀ ପରେମଶ୍ବର ମଲ୍ଲିକ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ