ତପ୍ତପାଣି ଘାଟିରେ ଓଲଟିଲା ପେପର ବୋଝେଇଟ୍ରକ ଅଳ୍ପକେ ବର୍ତିଲେ ଚାଳକ
ମୋହନା, (ଅଂଶୁମାନ ପଣ୍ଡା):ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିରେ ରାତିରେ ପେପର ବୋଝେଇ ଟ୍ରକ ଦୁର୍ଘଟଣା ଗସ୍ତ ହୋଇଛି । ଏଥିରେ ଟ୍ରକ ଚାଳକ ଅଳ୍ପକେ ବର୍ତି ଯାଇଛି । ଟ୍ରକଟି ରାୟଗଡା ଜିଲ୍ଲା ଜେକେପୁରରୁ ପେପର ନେଇ ଜଗତପୁରକୁ ଯାଉଥିବା ବେଳେ ଟ୍ରକର ବ୍ରେକ ଫେଲ ହେବାରୁ ରାସ୍ତାର ଡାହାଣ ପଟେ ଥିବା ଗାର୍ଡକୁ ପିଟି ହୋଇ ଓଲଟି ପଡିଛି । ଏଥିରେ ଆସୁଥିବା ସବୁ ପେପର ରାସ୍ତାରେ ପଡି ନଷ୍ଟ ହଇଛି ପୋଲିସ ପହଂଚି ଘଟଣାର ତଦନ୍ତ କରିବା ସହ ଉକ୍ତ ମାଲିକକୁ ଡାକି ପେପର ଅନ୍ୟ ଗାଡିକୁ ଆନଲୋଡ଼କରି ନେଇଥିବା ଥାନା ପକ୍ଷରୁ ସୂଚନା ମିଳିଛି