ତପ୍ତପାଣି ଘାଟିରେ ଓଲଟିଲା ପେପର ବୋଝେଇ ଟ୍ରକ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ-ଗଜପତି ସୀମାନ୍ତ ପାଟପୁର ଥାନା ତପ୍ତପାଣି ଘାଟିରେ ରବିବାର ଅପରାହ୍ନ ରେ ଏକ ପେପେର ବୋଝେଇ ଟ୍ରକ ରାସ୍ତାରେ ଓଲଟି ପଡିଛି l ରବିବାର ଟ୍ରକ ଟି ଜୟପୁର ରୁ ବ୍ରହ୍ମପୁର ଅଭିମୁଖେ ପେପର ନେଇ ଯାଉଥିବା ସମୟରେ ତପ୍ତପାଣି ଆବାସିକ କାନ୍ଧୁଣିଦେବୀ ମନ୍ଦିର ନିକଟ ଘାଟିରେ ଗାଡିର ବ୍ରେକ ଫେଲ ହୋଇଯାଇଥିଲା । ଫଳରେ ଗାଡ଼ି ଟି ଭାରସ୍ୟାମ ହରାଇ ରାସ୍ତାରେ ଓଲଟି ପଡିଥିଲା l ଖବରପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରି ଫେରିଥିବା ଜଣା ପଡିଛି l ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି l