ତପ୍ତପାଣି ଘାଟିରେ ଓଲଟିଲା ମାଲବୋଝେଇ ଟ୍ରକ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଓଲଟିଲା ମାଲ ବୋଝେଇ ଟ୍ରକ। ଯାହା ଫଳରେ ୪ ଘଣ୍ଟାରୁ ଅଧିକ ସମୟ ଧରି ଗାଡ଼ି ଚଳାଚଳ ବାଧା ପ୍ରାପ୍ତ ହୋଇଛି। ସୋମବାର ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟି ଜକରାପଲ୍ଲୀ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି।ସୂଚନା ପ୍ରକାରେ କୋରାପୁଟରୁ କଟକ ଯାଉଥିବା ଓଡ଼ି୦୨- ବିଇ-୮୫୭୧ ଅଦା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା।ଖବର ପାଇ ପାଟପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜେସିବି ମାଧ୍ୟମରେ ଟ୍ରକ ଟିକୁ ରାସ୍ତାରୁ ଉଦ୍ଧାର କରାଯାଇଥିଲା।ଡ୍ରାଇଭରର ଅସାବଧାନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଶୁଣିବାକୁ ମିଳିଛି। ଏନେଇ ତଦନ୍ତ କରୁଥିବା ପୋଲିସ କହିଛି। ଦୁର୍ଘଟଣା ରେ କେହି ଆହତ ହୋଇନଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ