ତମନ୍ନାଙ୍କୁ ଉପହାରରେ ମିଳିଲା ୨ କୋଟିର ହୀରା ମୁଦି !
ଦକ୍ଷିଣୀ ଅଭିନେତ୍ରୀ ତମନ୍ନା ଭାଟ୍ଟିଆଙ୍କ ଅଭିନୀତ ଫିଲ୍ମ “ସାୟରା ନରସିଂମା ରେଡ୍ଡୀ’ ରିଲିଜ୍ ହେବା ପରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବାରେ ଲାଗିଛି । ଫିଲ୍ମରେ ତମନ୍ନାଙ୍କର ଅଭିନୟକୁ ଖୁବ୍ ପ୍ରଶଂସା କରାଯାଉଛି । ଆଉ ଏହି ସଫଳତା ପାଇଁ ଫିଲ୍ମର ପ୍ରଡ୍ୟୁସର୍ ରାମଚରଣଙ୍କ ସ୍ତ୍ରୀ ଉପାସନା କାନିଡେଲା ତାଙ୍କ ଉପରେ ବହୁତ ଖୁସି ଅଛନ୍ତି ।
ସେ ତମନ୍ନାଙ୍କ ଉପରେ ଏତେ ଖୁସି ଅଛନ୍ତି ଯେ ତାଙ୍କୁ ଏକ ବହୁମୂଲ୍ୟ ହୀରା ମୁଦି ଉପହାର ସ୍ୱରୂପ ଦେଇଛନ୍ତି । ସାଶାଲ୍ ମିଡିଆରେ ଫଟୋ ଶେଆର୍ କରି ଉପାସନା ଏହି ସୂଚନା ଦେଇଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, “ତମନ୍ନାଙ୍କ ପାଇଁ ମିସେସ୍ ପ୍ରଡ୍ୟୁସରଙ୍କ ତରଫରୁ ଏକ ଉପହାର ।’ଉପାସନା ଏହି ହୀରା ମୁଦିର ମୂଲ୍ୟ ବିଷୟରେ କିଛି ସୂଚନା ଦେଇନାହାନ୍ତି । କିନ୍ତୁ ଏହି ହୀରା ମୁଦିଟି ଦୁନିଆର ସବୁଠାରୁ ୫ଟି ବଡ଼ ହୀରା ମଧ୍ୟରୁ ଗୋଟିଏ । ଏହି ହୀରା ମୁଦିର ମୂଲ୍ୟ ୨ କୋଟି ଟଙ୍କା ହେବ ବାଲି ଅନୁମାନ କରାଯାଉଛି । ତମନ୍ନା ଏହି ମୁଦିକୁ ପିନ୍ଧି ଫଟୋ ଉଠାଇଛନ୍ତି । ଫଟୋରେ ମୁଦିଟି ଖୁବ୍ ବଡ଼ ମଧ୍ୟ ଦେଖାଯାଉଛି ।”ସାୟରା ନରସିଂମା ରେଡ୍ଡୀ’ ଫିଲ୍ମରେ ତମନ୍ନା ଲକ୍ଷ୍ମୀ ଚରିତ୍ରରେ ଅଭିନୟ କରିଛନ୍ତି । ସ୍ୱାଧୀନତା ପାଇବା ପାଇଁ ଇଂରେଜମାନଙ୍କ ସହିତ ହୋଇଥିବା ଲଢ଼େଇରେ ଲକ୍ଷ୍ମୀ ଥିଲେ ନରସିଂମାଙ୍କର ସବୁଠାରୁ ବଡ଼ ସହଯୋଗୀ । ଏହି ଫିଲ୍ମରେ ସାଉଥ୍ ସୁପରଷ୍ଟାର ଚିରଞ୍ଜୀବୀ “ନରସିଂମା’ଙ୍କ ଭୂମିକାରେ ଅଭିନୟ କରିଛନ୍ତି । ସୁରେନ୍ଦ୍ର ରେଡ୍ଡୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।