ତିନି ଦିନ ଡାକ୍ତରଖାନାରେ ରହିଲେ ଧର୍ମେନ୍ଦ୍ର
ବଲିଉଡର ଅନ୍ୟତମ ଭେଟେରାନ୍ ଆକ୍ଟର ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ତାଙ୍କୁ ଡେଙ୍ଗୁ ହୋଇଥିଲା । ଏଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସୂଚନା ଅନୁଯାୟୀ, ତାଙ୍କ ଦେହ ଧୀରେ ଧୀରେ ଭଲ ହେଲାଣି । ସେଥିପାଇଁ ତାଙ୍କୁ ଡାକ୍ତରଖାନାରୁ ମଧ୍ୟ ଡିସ୍ଚାର୍ଜ କରି ଦିଆଯାଇଛି । ଡାକ୍ତରଖାନାରେ ତାଙ୍କ ସହିତ ତାଙ୍କ ବଡ଼ ପୁଅ ସନି ଦେଓଲ ଥିଲେ ।
କୁହାଯାଉଥିଲା, ଡାକ୍ତରଖାନାରୁ ଡିସ୍ଚାର୍ଜ ହେବା ପରେ ଧର୍ମେନ୍ଦ୍ର ତାଙ୍କ ଫାର୍ମ ହାଉସରେ ରହିବେ । କାରଣ ସେ ସେଠାରେ ରହିବାକୁ ଭଲ ପା’ନ୍ତି । କିନ୍ତୁ ସେ ଏବେ ସେଠାକୁ ଯିବେ ନାହିଁ ବାଲି ଜଣାପଡ଼ିଛି । ପୂରା ସୁସ୍ଥ ହେଲେ ଯାଇ ସେ ସେଠାକୁ ଯିବେ ।ପ୍ରାୟ ୬୦ ବର୍ଷ ହେଲାଣି ଧର୍ମେନ୍ଦ୍ର ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଛନ୍ତି । ତାଙ୍କର ପ୍ରଥମ ଫିଲ୍ମର ନାଁ “ଦିଲ୍ ଭି ତେରା ହମ୍ ଭି ତେରେ ସେ’ । ୧୯୬୦ରେ ଏହା ରିଲିଜ୍ ହୋଇଥିଲା । “ଶୋଲେ’, “ଚୁପ୍ ଚୁପ୍କେ’, “ବ୍ଲାକମେଲ୍’ ଓ “ୟାଦୋଁ କୀ ବାରାତ୍’ ଭଳି ଅନେକ ହିଟ୍ ଫିଲ୍ମରେ ସେ କାମ କରିଛନ୍ତି । ଗତବର୍ଷ ତାଙ୍କୁ “ୟମଲା ପଗଲା ଦିୱାନା: ଫିର୍ ସେ’ରେ ଦେଖିବାକୁ ମିଳିଥିଲା ।


