“ତମାଖୁ ଛାଡନ୍ତୁ ଜୀବନ ବାଛନ୍ତୁ” ଗ୍ରାମୀଣସ୍ତରୀୟ ୱାବିନର ଅନୁଷ୍ଠିତ

ଗଞ୍ଜାମ,(ଓ୍ବାଇଏନ୍ଏସ୍) : ଗଞ୍ଜାମସ୍ଥିତ ୟୁଥ୍ ଫର୍ ଭିଲେଜ୍ ଓ ଭୁବନେଶ୍ୱରସ୍ଥିତ ସଲାମ ଜୀବନ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ତମାଖୁ ଛାଡନ୍ତୁ ଜୀବନ ବାଛନ୍ତୁ ସମ୍ବନ୍ଧୀୟ ଏକ ଗୋଷ୍ଠୀଭିତ୍ତିକ ୱାବିନର୍ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ,ବଲାଙ୍ଗିର୍,କଟକ, ଭୁବନେଶ୍ୱର,କେନ୍ଦ୍ରାପଡା, ସୋନପୁର,ଜଗତସିଂହପୁର ସମେତ ବିଭିନ୍ନ ଗ୍ରାମାଞ୍ଚଳର ଯୁବକ ଯୁବତୀ ସାମିଲ ହେଇଥିଲେ। ଏହି କାର୍ଯ୍ୟକ୍ରମରେ ତମାଖୁ ଦ୍ବାରା ହେଉଥିବା ଭୟଭୟତା ତଥା କର୍କଟ, ଯକ୍ଷ୍ମା, କୋଭିଡ଼ ସମ୍ବନ୍ଧୀୟ ସଚେତନତା କରାଯାଇଅଛି। ମୁଖ୍ୟବ୍ୟକ୍ତା ଭାବେ ଡ଼ଃ ବିଶ୍ୱଶ୍ରୀ ଜ୍ଞାନରଞ୍ଜନ ନାୟକ ତମାଖୁ ଦ୍ୱାରା ହେଉଥିବା ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଯକ୍ଷ୍ମା,କର୍କଟ ଏବଂ କୋଭିଡ଼ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ଡ଼ଃ ନାୟକ ରଖିବା ସହ ତମାଖୁ ଛାଡ଼ି ଜୀବନ ବାଛିଵାକୁ ଅନୁରୋଧ କରିଛନ୍ତି।ସଲାମ ଜୀବନ ଟ୍ରଷ୍ଟର ସହପ୍ରତିଷ୍ଠାତା ଶ୍ରୀଯୁକ୍ତ ମହମ୍ମଦ ଇମ୍ରାନ୍ ଅଲ୍ଲୀ ମୁଖ ଗହ୍ଵର କର୍କଟ ତଥା ତମାଖୁ ଦ୍ୱାରା ହୋଇଥିବା ବିଭିନ୍ନ ସ୍ବାସ୍ଥ୍ୟଗତ ତଥା ଅନ୍ୟାନ୍ୟ ସମସ୍ୟା ଉପରେ ବର୍ଣ୍ଣନା କରି ଶୈଶବକୁ ତମାଖୁ ମୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି| ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା ଶ୍ରୀ ଡି ଦେବହରି ରେଡି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରି ଗ୍ରାମୀଣସ୍ତରୀୟ ଯୁବପିଢିଙ୍କର ଭୂମିକା, ଯାହାଦ୍ୱାରା ସୁସ୍ଥ ଗ୍ରାମ ତିଆରି କରାଯାଇପାରିବ ବୋଲି ଆଲୋଚନା କରିଛନ୍ତି। ଏସ୍. ଏମ.ଆଇ.ଟି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଡ଼ଃ ମଞ୍ଜୁପ୍ରଭା ଦାଶ, ରେଷ୍ଟ ଲେସ୍ ଡେଭଲେପମେଣ୍ଟର ଜିଲ୍ଲା ଯୁବ ସଂଯୋଜକ ଶ୍ରୀ ସତ୍ୟନାରାୟଣ ମହାପାତ୍ର, ଗଞ୍ଜାମ ପ୍ରେସ କ୍ଲବ୍ ଉପଦେଷ୍ଟା ତଥା ସମାଜସେବୀ ଉମାକାନ୍ତ ବେହେରା ପ୍ରମୁଖ ଯୋଗଦେଇ ତମାଖୁ ମୁକ୍ତ ସମାଜ ତିଆରି କରିବା ପାଇଁ ଗୁରୁତ୍ୱଆରୋପ କରିଛନ୍ତି।
ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ଶିବକର୍ମୀ, ସମନ୍ୱିତ ଚିକିତ୍ସା ଓ ପରାମର୍ଶ କେନ୍ଦ୍ର ପରାମର୍ଶଦାତା ଡ଼ଃ ସନ୍ତୋଷ କୁମାର ରାଜୁ ଯୋଗଦାନ କରି ନିଶା ଛାଡିବା ମାନସିକ ଦିଗ ଉପରେ ବକ୍ତବ୍ୟ ରଖିଥିଲେ। ରମାନନ୍ଦ କୁମ୍ଭାର, ନିରାକାର ବିଶୋଈ, ଦିବ୍ୟଦର୍ଶନୀ, ବିଜୟଲକ୍ଷ୍ମୀ ମହାଙ୍କୁଡ,ମୋଚିରାମ ବେହେରା ପ୍ରମୁଖ ବିଭିନ୍ନ ଅନୁଭୂତି ବଖାଣିବା ସହିତ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଏହି ଭଳିଆ ଗ୍ରାମୀଣସ୍ତରୀୟ ୱାବିନର୍ ମାଧ୍ୟମରେ ଆଗାମୀ ଦିନରେ ସାରା ଓଡିଶାର ଯୁବପିଢ଼ିଙ୍କୁ ସାମିଲ କରାଯିବ ବୋଲି ସଙ୍ଗଠନ ତରଫରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ