ତମାଖୁ ମୁକ୍ତ ଅଞ୍ଚଳ ଭାବେ ପୁରସ୍କୃତ ହେଲା ପଟିଗୁଡ଼ା ହାଇସ୍କୁଲ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପୋଡ଼ାମାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୁଲ୍ୟରେ ପଟ୍ଟିଗୁଡ଼ା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପକ୍ଷରୁ ତମାଖୁ ମୁକ୍ତ ବିଦ୍ୟାଳୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡ଼ା ମୀରାବାଇ ପଣ୍ଡା ତମାଖୁ ସେବନର ଅପକରିତା ଏବଂ ତମାଖୁ ସେବନ ଜନିତ ମୁଖ ଗହ୍ଵର କର୍କଟ ଫୁସଫୁସ କର୍କଟ ରୋଗ ସମ୍ବନ୍ଧରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ଏବଂ ତମାଖୁ ସେବନ ବର୍ଜନ କରିବାକୁ ଶପଥ ପାଠ କରାଇଥିଲେ। ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ତମାଖୁ ଜନିତ ରୋଗ ପ୍ରତିକାର ଓ ବର୍ଜନ ସମ୍ପର୍କିତ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପରିଶେଷରେ ଡା ମୀରାବାଇ ପଣ୍ଡା ପଟ୍ଟିଗୁଡ଼ା ହାଇସ୍କୁଲକୁ ୨୦୨୩-୨୪ ବର୍ଷ ପାଇଁ ତମାଖୁ ମୁକ୍ତ ଅଞ୍ଚଳ ଘୋଷଣା କରିବା ସହ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ପ୍ରଧାନଙ୍କୁ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ର ଛାତ୍ରୀ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ