ତରଭା ବେଆଇନ ବାଲିଘାଟ ବନ୍ଦ କରିବାକୁ ନେଇ ଉତ୍ତେଜନା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ତରଭା ବୈତରଣୀ ବାଲିଘାଟଥିଲା । ଏପରିକି କିଛି କୁ କୌଣସି ସରକାରୀ ସ୍ୱୀକୃତି ମିଳି ନଥିବାବେଳେ ଗତ ଗତ କିଛିବର୍ଷ ଧରି ବେଆଇନି ଭାବେ ଏହି ବାଲିଘାଟ ଚାଲିଥିଲା । କିଛି ବାଲି ମାଫିଆ ଦୈନଦିନ ଶହଶହ ଟ୍ରାକ୍ଟର ବାଲି ଉଠାଇ ଦିନରାତି ଯାତାୟତ କରିବା ଦ୍ୱାରା ତରଭା ଗ୍ରାମବାସୀ ମାନେ ଧୁଳି ଧୁଆଁରେ ଅତିଷ୍ଠ ହୋଇ ପଡିବାସହ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ଘଟୁଛି । ଏପରିକି ଗାଁର ଝିଅ ବୋହୁମାନେ ନଦୀକୁ ଗାଧୋଇବାକୁ ଗଲାବେଳେ ସେମାନଙ୍କୁ ର୍ଦୁବ୍ୟବହାର ପ୍ରସଦର୍ଶନ କରିବା, ସ୍କୁଲ କଲେଜ ଓ ଅଙ୍ଗନବାଡି ଯାଉଥିବା ଛାତ୍ରଛାତ୍ରୀ ମାନେ ଠିକ ଭାବେ ଯାତାୟତ କରି ନପାରିବାରୁ ଗ୍ରାମବାସୀମାନେ ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଳା । ତହସିଲଦାର ଦିନେ ଅଧେ ଗୋଟିଏ ଦୁଇଟି ବାଲି ଟ୍ରାକ୍ଟର ଜବଦ କରି ସେମାନଙ୍କ ଠାରୁ ଜୋରିମାନା ଆଦାୟ କରି ଚୁପ ହୋଇ ଯାଉଥିଲେ । ଗତକାଲି ରାତିରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଏହି ବେଆଇନ ବାଲିଘାଟକୁ ବନ୍ଦ କରିବାକୁ ନିଷ୍ପତି ନେଇଥିଲେ । ଆଜି ଶତାଧିକ ଗ୍ରାମବାସୀ ବାଲିଘାଟ ରାସ୍ତାକୁ ଖେଳି ବାଟ ବନ୍ଦ କରିବା ସହିତ ପଟ୍ଟାଭୁକ୍ତ ଜମିରେ ଗଛ ଲଗାଇ ଦେଇଥିଲେ । ଏହା ଶୁଣି ବାଲିମାଫିଆ ମାନେ ସେମାନଙ୍କ ସମର୍ଥକଙ୍କୁ ନେଇ ତରଭା ଗାଁରେ ପସି ଲୋକଙ୍କୁ ଗାଳିଗୁଲଜ କରିବା ସହିତ ଧମକ ଚମକ ଦେଇଥିଲେ । ଏହାକୁ ନେଇ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାସହ ଉଭୟ ଗ୍ରାମବାସୀ ଓ ବାଲି ମାଫିଆ ମାନଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ତରଭା ଗାଁ ଲୋକଙ୍କୁ ବାହାର କରାଇ ନଦେବାକୁ ତରଭା ମୁଗୁପୁର ରାସ୍ତାରେ ଜଗି ବସିତôଲେ । ତରଭା ଗାଁର ଯେଉଁ ଲୋକେ ସେହି ରାସ୍ତାରେ ଆସିଲା ସେମାନଙ୍କୁ ଫେରାଇ ଦେଇଥିଲେ । ସ୍କୁଲ ଯାଉଥିବା ଶିକ୍ଷକ, ମେଡିକାଲ ଯାଉଥିବା ରୋଗୀ, ବଜାର ଏବଂ ବ୍ୟାଙ୍କକୁ ଯାଉଥିବା ଲୋକଙ୍କୁ ସେମାନେ ଛାଡି ନଥିଲେ । ଖବରପାଇ ଆନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଚେଷ୍ଟା କରିଥିଲା । ଏ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହି ବାଲିଘାଟ ବେଆଇନ ଭାବେ ଚାଲିଥିଲା । ଆମେ ସେଠାରେ ୧୪୪ଧାରା ଜାରି କରିବା ସହିତ ଏହି ଉତ୍ତେଜନା ହ୍ରାସ ପାଇଁ ପୁଲିସ ମାଧ୍ୟମରେ ଚେଷ୍ଟା କରାଯାଇଛି ବୋଲି କହିଛନ୍ତି ।