ତହସିଲଦାରଙ୍କୁ ଭେଟିଲେ ଜଗନ୍ନାଥ ପରିଚାଳନା କମିଟି ସଦସ୍ୟ

ଭାପୁର (ଜୁଗାବ୍ଦ ନ୍ୟୁଜ୍‍): ପ୍ରତିବର୍ଷ ପରି ନୟାଗଡ଼ ଜିଲ୍ଲାର ଭାପୁର ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ମନ୍ଦିର ପରିଚାଳନା କମିଟି ତହସିଲଦାର ସୁନୀତା ଜେନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିଥିଲେ । ରଥଯାତ୍ରା ପରିଚାଳନା କମିଟିର ସ୍ଥାୟୀ ସଭାପତି ଭାବେ ତହସିଲଦାରଙ୍କ ସହଯୋଗ କାମନା କରିଥିଲେ ସଦସ୍ୟମାନେ । ମନ୍ଦିରର ଭିତ୍ତିଭୂମି ସମ୍ପର୍କରେ ଅନୁଧ୍ୟାନ କରିବାସହ ଏହାର ଉନ୍ନତିକରଣ ନିମନ୍ତେ ଚେଷ୍ଟା କରିବେ ବୋଲି ତହସିଲଦାର ଶ୍ରୀମତୀ ଜେନା ପ୍ରତିଶ୍ରୁତି ଦେଇଥିଲେ । ମନ୍ଦିର ପରିଚାଳନା କମିଟି ସଭାପତି ସୁମନ୍ତ କୁମାର ଜେନା, ଉପସଭାପତି ଦୁର୍ଯ୍ୟୋଧନ ସାହୁ, ସମ୍ପାଦକ ସାଧୁଚରଣ ସିଂହ, କୋଷାଧ୍ୟକ୍ଷ ଗଙ୍ଗାଧର ବାରିଙ୍କ ସମେତ ଜ୍ଞାନରଞ୍ଜନ ଷଡ଼ଙ୍ଗୀ, ରବିନ୍ଦ୍ର ପଟ୍ଟନାୟକ, ରମେଶ ବରାଡ଼, ଲକ୍ଷ୍ମଣ ସାହୁ, ମକୁନ୍ଦ ବେହେରା, ସମିତିସଭ୍ୟ ପ୍ରତିନିଧି ବୈଷ୍ଣବ ନାୟକ ପ୍ରମୁଖ ଭେଟି ତହସିଲଦାରଙ୍କ ସହ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ