ତହସିଲଦାରଙ୍କ କାର୍ଯ୍ୟ କଳାପରେ ସାଧାରଣ ଜନତା ଅତିଷ୍ଠ

ଶେରଗଡ଼,(ବିଭୁ ପ୍ରସାଦ ଦାସ):ତହସିଲଦାରଙ୍କ ମନମୁଖୀ ଶାସନ ଯୋଗୁଁ ନିରୀହ ଜନତା ପେଶୀ ହେଉଥିବା ଅଭିଯୋଗ ହେଉଛି । ଶେରଗଡ଼ ବ୍ଲକ ଅନ୍ତର୍ଗତ ଧବଳପୁର ଗ୍ରାମପଞ୍ଚାୟତ ର ଧବଳପୁର ଗ୍ରାମର ଉଦୟ ଗୌଡ ଙ୍କ ଘରଟି ସର୍ବସାଧାରଣ ରାସ୍ତାରେ ରହିଥିବା କହି ତହସିଲଦାର ତାଙ୍କୁ ନୋଟିସ ଜାରି କରିଥିଲେ । ସେ ନୋଟିସ ରେ ନା ଥିଲା ଚିଠି ନମ୍ବର ନା ଥିଲା ମେମୋ ନମ୍ବର ।ଚିଠି କରିବାର ଚଉଦ ଦିନ ପରେ ତହସିଲଦାର ଜେସିବି ମେସିନ ଆଣି ତାଙ୍କ ଘରଟିକୁ ଫେବୃଆରୀ ୧୧ ତାରିଖ ରେ
ଭାଙ୍ଗିଦେଇଥିଲେ କିନ୍ତୁ ଉଦୟ ଯେତେବେଳେ ପଚାରିଲେ ସାର୍ କାହିଁକି ମୋ ଘରଟିକୁ ଭାଙ୍ଗିଲେ ତହସିଲଦାର ମହୋଦୟ କହିଥିଲେ କି ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି ଏଠାରେ ରାସ୍ତା ନିର୍ମାଣ ହେବ ତେଣୁ ଭଙ୍ଗା ଗଲା । କିନ୍ତୁ ଆଜି ପର୍ଯ୍ୟନ୍ତି ନା ସେଠି ରାସ୍ତା ହେଲା ନା ଅନ୍ୟ ମାନଙ୍କୁ ସରକାରୀ ଜାଗାରୁ ଉଚ୍ଛେଦ କରାଗଲା । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ତହସିଲଦାର ଉଦ୍ଦେଶ୍ୟ ମୂଳକ ଭାବେ ଘରଟିକୁ ଭାଙ୍ଗିଛନ୍ତି ଯାହା ଫଳରେ ତହସିଲଦାରଙ୍କ ଏପରି ଆକ୍ରୋଶ ମୂଳକ ମନୋଭାବରେ ଅସନ୍ତୋଷ ଜାହିର କରିବା ସହ ତାଙ୍କୁ ଘରଭଙ୍ଗା କ୍ଷତି ପୂରଣ ପ୍ରଦାନ ନିମନ୍ତେ ଆଜି ଉଦୟ ଏକ ଦାବିପତ୍ର ତହସିଲଦାର ଓ ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଉଦୟଙ୍କ କହିବା ହେଲା ଯଦି ରାସ୍ତା ନିର୍ମାଣ ନକରନ୍ତି ତେବେ କ୍ଷତି ପୂରଣ ଦିଆଯାଉ ନଚେତ ସମସ୍ତ ସରକାରୀ ଜାଗା ଜବର ଦଖଲରୁ ମୁକ୍ତ କରାଯାଉ ନଚେତ ସେ ଓ ତାଙ୍କ ପରିବାର ତହସିଲ ଅଫିସ ଆଗରେ ଅନସନରେ ବସିବେ । ଏ ନେଇ ଆମ ପ୍ରତିନିଧି ତହସିଲଦାର ଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ ଉଠାଇନଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ