ତହସିଲଦାରଙ୍କ ଦ୍ୱାରା ବାଲି ବୋଝେଇ ଟ୍ରାକ୍ଟର ଜବତ
ବନ୍ତ (ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ବନ୍ତ ବ୍ଳକ ଆଗରପଡା ବଜାର ସ୍ଥାୟୀ ମାଛ ମାର୍କେଟ ପାଖରୁ ତହସିଲଦାର ଇନ୍ଦିରା ସାହୁ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ଆଗରପଡା ଥାନାକୁ ହସ୍ତାନ୍ତର କରିଥିବା ଜଣାଯାଇଛି । ପ୍ରକାଶ ଯେ, ଆଗରପଡା ଅଞ୍ଚଳର ବାଲିଘାଟ ଗୁଡିକ ନିଲାମ ହୋଇନଥିବାରୁ ଚୋରା ବାଲି ବେପାରୀ ମାନେ ସକ୍ରିୟ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଫଳରେ ତହସିଲଦାର ସଂପୃକ୍ତ ଅଞ୍ଚଳରେ ଚଢାଉ କରି ବାଲି ଚୋରିକୁ ରୋକିବା ସହିତ ବାଲିଘାଟକୁ ନିଲାମ କରିବା ନେଇ ତତ୍ପରତା ପ୍ରକାଶ କରିଛନ୍ତି ।