ତହସିଲଦାର ଓ ସିଏସଓଙ୍କୁ ରାସ୍ତାରେ ବସାଇ ଘେରିଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଧାନ ଫସଲ ଅମଳ ସମୟରେ ଦଇବ ଦାଉ ସାଜିବା ଯୋଗୁଁ ଅଦିନିଆ ବର୍ଷାରେ ଧାନ ଫସଲ ସହ ଅନ୍ୟାନ ଫସଲ ସମ୍ପୂର୍ଣ ଭାବେ କ୍ଷତି ଘଟିଛି. ଚାଷୀମାନଙ୍କ ବାରମ୍ବାର ଅନୁରୋଧ ସତ୍ୱେ ଜାନୁଆରି ମାସ ଅଧାରୁ ଅଧିକ ହେଲାଣି ତଥାପି ଗଜପତି ଜିଲ୍ଲାରେ ମଣ୍ଡିରୁ ଧାନ ଉଠୁ ନଥିବାରୁ ଚାଷୀମାନଙ୍କ ଠାରେ ଉଦବେଗ ପ୍ରକାଶ ପାଇବା ସହ ଅସନ୍ତୋଷର ଉଗ୍ର ରୂପ ନେଇଛି। ଯାହାକି ଚାଷୀମାନେ ପ୍ରଶାସନ ବିରୋଧରେ ବିଷୋଦ୍‌ଗାର କରିବା ସହ ରାଜରାସ୍ତାରେ ଆନ୍ଦୋଳନ କରି ରାସ୍ତାରେ ତହସିଲଦାର ଓ ଯୋଗାଣ ଅଧିକାରୀଙ୍କୁ ବସାଇ ଦେଇଥିଲେ. ଆଗାମୀ 3 ଦିନ ଭିତରେ ସମସ୍ତ ସମସ୍ୟା ଦୂର କରାଯାଇ ଧାନ କିଣା ଯିବ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ଶାନ୍ତ ହୋଇଥିଲା. ଗୋଷାଣୀ ବ୍ଲକ୍‌ର ଶତାଧିକ ଚାଷୀ ରାଜରାସ୍ତାକୁ ଓହ୍ଲାଇ ରାସ୍ତାରୋକ କରି ଆନ୍ଦୋଳନ କରିଥିଲେ. ମଣ୍ଡିରେ ତୁରନ୍ତ ସବୁ ଧାନ କିଣିବା ଦାବିରେ ସାତମାଇଲ ଛକରେ ୩ ଘଣ୍ଟା କାଳ ଅବରୋଧ କରିବା ଫଳରେ ପାରଳାଖେମୁଣ୍ଡି-
ମୋହନା ରାସ୍ତା ମଧ୍ୟରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଚାଷୀଙ୍କୁ ବୁଝାସୁଝା କରିବାକୁ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା ଓ ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା ଘଟଣା ସ୍ଥଳରେ ପହଞ୍ଚି ଉଦ୍ୟମ କରିଥିଲେ | କିନ୍ତୁ ଦୁଇ ଅଧିକାରୀଙ୍କୁ ଚାଷୀ ରାସ୍ତା ଉପରେ ବସାଇ ଲିଖିତ ଭାବେ ପ୍ରତିଶ୍ରୁତି ଦେବାକୁ ଦାବି କରିଥିଲେ। ୩ ଦିନ ଭିତରେ ମଣ୍ଡିରୁ ଧାନ କିଣାଯିବ ବୋଲି ଲିଖିତ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ