ତାଡିପାଜୁ ଗାଁକୁ ରାସ୍ତା,ପିଇବା ପାଣି କି ନାହିଁ ମୋବାଇଲ ଟାୱାର
ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅଂଚଳର ପସରା ପଂଚାୟତ ଅନ୍ତର୍ଗତ ତାଡିପାଜୁ ଗ୍ରାମର ଲୋକେ ରାସ୍ତା,ପିଇବା ପାଣି ଏବଂ ମୋବାଇଲ ନେଟୱର୍କ ସୁବିଧାରୁ ବଂଚିତ ଅଛନ୍ତି ଆଜି ପର୍ଯ୍ୟନ୍ତ । ଏହି ଗ୍ରାମରେ ଲୋକଙ୍କ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନାହିଁ । ଫଳରେ ବର୍ଷା ଦିନରେ କାଦୁଅ ପଚପଚ ହୋଇ ଲୋକେ ଯାତାୟାତ କରୁଥିବା କହିଛନ୍ତି ଗ୍ରାମର ୱାର୍ଡ ମେମ୍ବର ଅମ୍ବିକା କହଁର । ଏଥିପାଇଁ ସେ ଚକାପାଦ ବିଡିଓଙ୍କୁ ଜଣାଇବା ସହିତ । ପଂଚାୟତର ସଭାରେ ସରପଂଚଙ୍କ ଦୃଷ୍ଟି ଆର୍ଷଣ ମଧ୍ୟ କରିଛନ୍ତି । ଏହାସହିତ ଜିଲ୍ଲା ଗ୍ରାମ୍ୟ ପକଳ୍ପ ନିର୍ଦ୍ଧେଶକଙ୍କୁ ମଧ୍ୟ ଜଣାଇଥିବା କହିଛନ୍ତି । ହେଲେ ଆଜି ସୁଦ୍ଧା ତାଙ୍କର ଗାଁକୁ ସିମେଣ୍ଟ ରାସ୍ତା ଖଣ୍ଡିଏ ତିଆରି ହୋଇପାରୁ ନାହିଁ ବୋଲି କହିଛନ୍ତି । ସେହିପରି ତାଡିପାଜୁ ଗ୍ରାମରେ ଥିବା ୪ଟି ସାହିର ପ୍ରାୟ ୪୫ଟି ପରିବାରର ୨ ଶହ ଲୋକଙ୍କର ପିଇବା ପାଣିର ସମସ୍ୟା ମଧ୍ୟ ରହୁଛି । ସେହି ଗ୍ରାମରେ ରହିଛି କେବଳ ଗୋଟିଏ ମାତ୍ର କୁଅ ଏବଂ ସେଠାରେ ଥିବା ବିଦ୍ୟାଳୟ ପାଇଁ ଖୋଳାଯାଇ ଥିବା ନଳକୁଅ ଗାଁ ଲୋକେ ଉଭୟ ଯାଗାରୁ ପାଣି ପାଉଥିଲେ । ହେଲେ ବର୍ତମାନ ସ୍କୁଲ ଆଗରେ ଥିବା ନଳକୁା ମଧ୍ୟ ଖରାପ ହୋଇଯିବାରୁ ଗାଁ ର ଲୋକଙ୍କ ପାଇଁ ଏକମାତ୍ର କୁଅ ହିଁ ଭାରସା । ସେଥିରୁ ପାଣି ଆଣିବାକୁ ସେମାନଙ୍କୁ ଯିବାକୁ ପଡୁଛି ପ୍ରାୟ ଅଧା କିଲୋମିଟର ବାଟ । ଚକାପାଦ ଆର.ଡି ରସ୍ତାରୁ ତାଡିପାଜୁ ଗାଁକୁ ୪ କିମି ବାଟ ହୋଇ ଥିବାବେଳେ ସେଠାରୁ ତାଡିପାଜୁ ଗାଁ ପର୍ଯ୍ୟନ୍ତ କଚ୍ଚା ରାସ୍ତା ହୋଇଛି । ଫଳରେ ଲୋକଙ୍କୁ ସେଠାରୁ ବର୍ଷା ଦିନରେ ଯାତାୟାତ ପାଇଁ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ସେହିପରି ଗାଁରେ ମୋବାଇଲ ନଟେୱର୍କ ନଥିବାରୁ ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ହେଲେ ଆମ୍ବୁାଲନ୍ସ ଡାକିବାକୁ କିମ୍ବା ଅନ୍ୟ କୌଣସି ଜରୁôୀ ସହାୟତା ପାଇଁ କାହାକୁ ଫୋନ ଯୋଗେ ଜଣାଇବାର ସୁବିଧା ମଧ୍ୟ ପାଉ ନାହାନ୍ତି ଗ୍ରାମବାସୀ । ଏହି ସବୁ ଅସୁବିଧା ସଂକ୍ରାନ୍ତରେ ଚକାପାଦ ବିଡିଓ ସୁଶିଲ କୁମାର ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ସେ ଏହି ବ୍ଳକରେ ନୁତନ ଭାବରେ ଯୋଗ ଦେଇଛନ୍ତି । ତେବେ ସେ ଏହି ବାବଦରେ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ।