ତାପଜ କୋଇଲା ରେକ ଖଲାସରେ ପାରାଦୀପ ବନ୍ଦରର ରେକର୍ଡ
ପାରାଦୀପ, (ପୀତବାସ ପ୍ରଧାନ) :-ପାରାଦୀପ ବନ୍ଦର ଗୋଟିଏ ଦିନରେ ୪୦ଟି ତାପଜ କୋଇଲା ବୋଝେଇ ରେଳ ରେକ ଖଲାସ କରି ରେକର୍ଡ ସୃଷ୍ଟି କରିଛି । ରବିବାର ଦିନ ୪୦ଟି ରେକରୁ ୩୦ଟି ବିଓବିଆରଏନ୍ ତାପଜ କୋଇଲା ରେକ ଏମସିଏଚପି ବର୍ଥରେ ଖାଲି ହୋଇଥିବା ବେଳେ ଜେଏସଡବ୍ଲ୍ୟୁ ଟର୍ମିନାଲରେ ୯ଟି ରେକ ଓ ଗୋଟିଏ ବିଓଏକ୍ସଏନ୍ ରେକ ମାନୁଆଲି ଖଲାସ ହୋଇଥିଲା । ତେବେ ବନ୍ଦରରେ ରେକର୍ଡ ତାପଜ କୋଇଲା ଖଲାସ ନିମନ୍ତେ ବନ୍ଦର ଅଧ୍ୟକ୍ଷ ପି.ଏଲ୍. ହରନାଦ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଇସିଆର୍ ଓ ଏମ୍ସିଏଲ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି । ସୂଚନା ଥାଉକି, ଦେଶରେ ତାପଜ କୋଇଲା ଅଭାବ ଓ ଏତଦ୍ ଜନିତ ବିଦ୍ୟୁତ ଶକ୍ତି ଯୋଗାଣରେ ବିଭ୍ରାଟକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦରରେ ତାପଜ କୋଇଲା ପରିବହନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ନିକଟରେ କେନ୍ଦ୍ର ଶକ୍ତି ସଚିବ ଓ ଅତିରିକ୍ତ ସଚିବ ପାରାଦାପ ଗସ୍ତ କରି ଫେରିଛନ୍ତି ।


