ତାମିଲନାଡୁରୁ ଅପହୃତ ନାବାଳିକା ଉଦ୍ଧାର

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ):ସୁଦୁର ତାମିଲନାଡୁରୁ ଅପହରଣ କରିଆଣିଥିବା ନାବାଳିକାକୁ ଆନନ୍ଦପୁର ପୁଲସ ସହଯୋଗରେ ତାମିଲନାଡୁ ପୁଲିସ ଉଦ୍ଧାର କରିଛି । ମାତ୍ର ଅପହରଣକାରୀ ଯୁବକ ଫେରାର ହୋଇଯାଇଥିବାରୁ ତାକୁ ଗିରଫ କରିବାରେ ସଫଳ ହୋଇପାରି ନାହିଁ । ଖବରରୁ ଜଣାଯାଇଛି ଯେ ଛତ୍ରକଣା ଗ୍ରାମର ଜଗା ନାଏକ ନାମକ ଜଣେ ଯୁବକ ତାର ସାନଭାଇ ସହିତ ତାମିଲନାଡୁରେ ରହି କାମ କରୁଥିଲା । କାମ କରିବା ସମୟରେ ଗତ ଜୁଲାଇ ମାସରେ ଡିଙ୍ଗୁଲ ଜିଲ୍ଲାର ବଡମଦୁରାଇ ଥାନାର ଏକ ଗ୍ରାମର ଜଣେ ନାବାଳିକାକୁ ଅପହରଣ କରିନେଇ ଆସିଥିଲା । ଏନେଇ ନାବାଳିକାର ବାପା ପୋନାମ ତାଣ୍ଡବାନୀ ଗତ ଜୁଲାଇ ୭ ତାରିଖରେ ବଡମଦୁରାଇ ଥାନାରେ ଅଭିଯୋଗ କରିଥିଲେ । ବଡମଦୁରାଇ ଥାନାର ଏସ.ପି ପାଣ୍ଡି ଓ ହାବିଲଦାର ମୁମୁ ନନ୍ଦିନୀ ପ୍ରମୁଖ ଆନନ୍ଦପୁର ଥାନାରେ ପହଞ୍ଚି ଆନନ୍ଦପୁର ପୁଲିସ ସହଯୋଗରେ ଛତ୍ରକଣା ଗ୍ରାମରେ ଚଢ଼ାଉକରି ଅପହୃତ ନାବାଳିକାକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଏହି ଚଢ଼ାଉରେ ଆନନ୍ଦପୁର ଥାନାର ଏ.ଏସ.ଆଇ ସୁରଥ ସାହୁ ଓ ଶିବପ୍ରସାଦ ଆୟଚ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ