ତାମିଲନାଡୁରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ତାରାସିଂ ପଞ୍ଚାୟତ ତୋଲଡି ଗ୍ରାମ ହରିଜନ ସାହିର ଭଅଁର ନାଇକ ଙ୍କ ପୁଅ ଟିକି ନାଇକ(୨୮) ଗତ ପାଞ୍ଚ ରୁ ସାତ ବର୍ଷ ହେବ ତାମିଲନାଡୁରେ ନିଜ ଭାଇନା ଙ୍କ ସହ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। ବର୍ତ୍ତମାନ ଗାୟାଗଣ୍ଡା ଗ୍ରାମର ପଥରଗଣ୍ଡ ଠାରେ ରହି ଆସୁଛନ୍ତି। ମଝିରେ ମଝିରେ ଘରକୁ ଯିବା ଆସିବା କରୁଥିଲେ। ଗତ ରବିବାର ଦିନ ତାମିଲନାଡୁରେ ଗୋଟିଏ ନୂତନ ଭାବେ ତିଆରି ହେଉଥିବା ବିଲ୍ଡିଂ ରେ କାମ କରୁଥିବା ସମୟରେ ହଠାତ ଭାରସାମ୍ୟ ହରାଇ ତଳେ ପଡି ଯାଇଥିଲେ। ଯାହା ଦ୍ଵାରା ତାଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ପୋଲିସ ପହଞ୍ଚି ପରିବାର ବର୍ଗଙ୍କୁ ଖବର କରି ଶବ ବ୍ୟବଚ୍ଛେଦ ନିମନ୍ତେ ମେଡିକାଲ କୁ ପଠାଇ ଦେଇଥିଲେ। ଶବ ବ୍ୟବଛେଦ କରି ଶବକୁ ସମ୍ପର୍କୀୟ ଙ୍କୁ ହସ୍ତାନ୍ତର କରିଥିଲେ। ରାଜ୍ୟରେ ବେକାରୀ ସମସ୍ୟା ରହିଥିବାରୁ ଯୁବକ ମାନେ ଘର ଦ୍ଵାର ଛାଡ଼ି ଅନ୍ୟ ରାଜ୍ୟରେ ଯାଇ ପେଟ ପାଇଁ ଖଟୁଛନ୍ତି। ଦୁର୍ଭାଗ୍ୟବଶତଃ କିଛି ଜଣ ଶେଷ ଥର ପାଇଁ ବୋଲି ନିଜ ପରିବାର ଏବଂ ଆତ୍ମୀୟ ମାନଙ୍କ ମୁଁହ ବି ଦେଖି ପାରନ୍ତି ନାହିଁ। ମାଆ ହାତରୁ ମୁଠେ ଭାତ ଖାଇବା ସ୍ବପ୍ନ ହୋଇ ରହିଯାଏ। ଲୋକେ ଗଣମାଧ୍ୟମ ଦ୍ଵାରା ରାଜ୍ୟର ବେକାରୀ ସମସ୍ୟାରେ ସୁଧାର ଆଣିବା ପାଇଁ ଅନୁରୋଧ କରିଛନ୍ତି। ଯାହାଦ୍ବାରା ଅନ୍ୟ କୋଉ ବାପା ମାଆ ଏବଂ ଯୁବକ ଏମିତି କଷ୍ଟ ନ ପାଆନ୍ତୁ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ