ତାମ୍ପରକଇଠା ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶଳା ପଞ୍ଚାୟତର ତାମ୍ପରକଇଠା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏହି ଗ୍ରାମର ଜଣେ ଚେନ୍ନାଇ ଫେରନ୍ତା ସଙ୍ଗରୋଧରୁ ଫେରିବାପରେ ପୁନର୍ବାର ତାଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯିବାରୁ ତାଙ୍କ ସ୍ୱାବ ପରୀକ୍ଷଣ କରାଯାଇଥିଲା । ସେଥିରୁ ତାଙ୍କ ରକ୍ତ ନମୁନାରେ କରୋନା ପଜିଟିଭ୍ ବାହାରିଥିବାରୁ ତାଙ୍କୁ ରାଜ ସୀତାପୁର ସ୍ଥିତ କଭିଡ ହସ୍ପିଟାଲକୁ ଚିକିତ୍ସାପାଇଁ ପଠାଯାଇଛି । ତାଙ୍କ ସଂସ୍ପର୍ଶରେ ଥିବା ପରିବାର ବର୍ଗଙ୍କ ସ୍ୱାବ ମଧ୍ୟ ପରୀକ୍ଷଣ ହେବ ବୋଲି ଜଣାପଡିଛି । ଏହି ଗ୍ରାମକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କ ସୂତ୍ରରୁ ପ୍ରକାଶ । ତାମ୍ପରକଇଠା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ଗଜପତି ଜିଲ୍ଲାପାଳ ଅନୁପମ ସାହା,ଜିଲ୍ଲା ଏସପି ସାରା ଶର୍ମା,ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ସେଠାରେ ପହଞ୍ôଚ ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ ।