ତାମ୍ପରାରେ ବୁଡି ସରକାରୀ କର୍ମଚାରୀ ମୃତ୍ୟୁ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ନିକଟସ୍ଥ ତାମ୍ପରା ହ୍ରଦରେ ବୁଡି ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ପରିଚୟ ବ୍ରହ୍ମପୁର ଗାନ୍ଧିନଗର ଅଂଚଳର ଚିନ୍ମୟ କୁମାର ସାହୁ(୩୪) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳାବର ଚିନ୍ମୟ ଓ ୩ ଜଣ ସାଙ୍ଗ ମିଶି ତାମ୍ପରାରେ ଭୋଜି କରିବା ପାଇଁ ନଂ ଓଡି ୩୩ଏସ ୫୬୨୨ ଚାରିଚକିଆ ଗାଡିରେ ଆସିଥିଲେ । ସେଠାରେ ଭୋଜି ଭାତ କରି ମଜା ଉଠାଇଥିଲେ । ଏହାପରେ ତାମ୍ପରା ହ୍ରଦରେ ଚିନ୍ମୟ ଏବଂ ସାଙ୍ଗମାନେ ଗାଧୋଉ ସମୟରେ ଅସାବଧାନତା କାରଣରୁ ପାଦ ଖସିଯିବାରୁ ସେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଚିନ୍ମୟକୁ ଉଦ୍ଧାର କରି ି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ