ଭାଜପା ପକ୍ଷରୁ ସଚେତନତା ସଭା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ପରିସରରେ ୩୭୦ ଏବଂ ୩୫(ଏ) ଧାରା ଉଚ୍ଛେଦରେ କାଶ୍ମୀର ବିକାଶ ତ୍ୱରାନ୍ୱିତ ହେବା ଦର୍ଶାଇ ଏକ ସଚେତନ ସଭା ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଏହି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ କୃତଜ୍ଞତା ଜଣାଇବା ସହ ସେମାନେ ନେଇଥିବା ପଦକ୍ଷେପକୁ ଉପସ୍ଥିତ କର୍ମୀ ଓ ନେତାମାନେ ସାଧୁବାଦ ଜଣାଇଥିଲେ । ଏହି ସଭାରେ ଆଇନଜିବୀ ବ୍ରଜମୋହନ ଆଚାର୍ଯ୍ୟ, ପି.ଧର୍ମା ରେଡ୍ଡି, ମନୋଜ କୁମାର ବେହେରା, ଗଙ୍ଗାଧର ପଣ୍ଡା, ବିଜୟ କୁମାର ଆଚାରୀ ଓ ଲିଙ୍ଗରାଜ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ପଣ୍ଡା,ଚନ୍ଦ୍ର ଶେଖର ରାଓ, ମନୋରଞ୍ଜନ ବେହେରା, ଲିଙ୍ଗରାଜ ନାୟକ, ଉମାଶଙ୍କର ମହାନ୍ତି, ଜି.ଜଗଦିଶ ରେଡ୍ଡି, ସିଏଚ୍.ଉଦୟ , ଇ.ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ