“ତାରକ ମେହଟ୍ଟାକା ଉଲ୍‌ଟା ଚଷମା’କୁ ଫେରୁଛନ୍ତି ଦୟା ବେନ୍‌, ପ୍ରଶଂସକଙ୍କ ଭିତରେ ଅସରନ୍ତି ଖୁସି !

“ତାରକ ମେହଟ୍ଟାକା ଉଲ୍‌ଟା ଚଷମା’ ଧାରାବାହିକକୁ ଫେରୁଛନ୍ତି ଦୟା ଭାବି ଓରଫ ଅଭିନେତ୍ରୀ ଦିଶା ବକାନି । ସେ ଗତ ୨୦୧୭ ମସିହା ସେପ୍ଟେମ୍ବର ମାସରୁ ସୋ’ରେ ଦେଖିବାକୁ ମିଳୁନଥିଲେ । ନଭେମ୍ବରରେ ଦିଶା ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ମାତୃତ୍ୱ ଛୁଟିରେ ଥିଲେ । ଏବେ ପୁଣି ଥରେ ସେ ସୋ’କୁ ଫେରିବାକୁ ଯାଉଛନ୍ତି ।
ପିଲା ଜନ୍ମ ଦେବାର ଗୋଟାଏ ବର୍ଷ ପରେ ବି ସୋ’କୁ ନ ଫେରିବାକୁ ଦର୍ଶକଙ୍କୁ ଏପରି ଲାଗିଥିଲା ଯେ ସେ ହୁଏତ ଆଉ ସୋ’ କରିବେ ନାହିଁ । ମାତ୍ର ନିକଟରେ ନିର୍ମାତା ଅସିତ ମୋଦୀଙ୍କୁ ପଚରାଯିବା ପରେ ସେ ଦିଶାଙ୍କୁ ଫେରିବା ନେଇ ସବୁଜ ସଂକେତ ଦେଇଛନ୍ତି ।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଦିଶା ବକାନିଙ୍କର “ତାରକ ମେହଟ୍ଟାକା ଉଲ୍‌ଟା ଚଷମା’ରେ ଧମାକାଦାର ପ୍ରବେଶ ହେବ । ପୂର୍ବରୁ ଦିଶା ବକାନିଙ୍କ ଭୂମିକାରେ ଆଉ କାହାକୁ ଅବତୀର୍ଣ୍ଣ କରାଯାଇପାରେ ବୋଲି ଦର୍ଶକମାନେ ଅନୁମାନ କରୁଥିଲେ । ମାତ୍ର ଅସିତ ମାଦୀ ଏପରି ଏକ ଚର୍ଚ୍ଚାକୁ ଗୁଜବର ନାମ ଦେଇଛନ୍ତି । ଏହି ଖବର ଏବେ ଦିଶାଙ୍କ ପ୍ରଶଂସଙ୍କ ଭିତରେ ଖୁସିର ମାହୋଲ୍ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ