ଅଜୟଙ୍କୁ ଦେଖି ଚିନ୍ତାରେ ଫ୍ୟାନ୍
ମୁମ୍ବାଇ: ବଲିଉଡର ଅନ୍ୟତମ ଦକ୍ଷ ଅଭିନେତା ଅଜୟ ଦେବଗନ୍ ସବୁ ବେଳେ ଫିଟ୍ ରହନ୍ତି । ତାଙ୍କର ଅନେକ ଫ୍ୟାନ୍ ତାଙ୍କ ଭଳି ବଡି ବନାଇବାକୁ ଚାହାନ୍ତି । ସେହିଭଳି କିଛି ବଲିଉଡ୍ ଷ୍ଟାର ମଧ୍ୟ ତାଙ୍କ ଫିଜିକ୍ ଦେଖି ଈର୍ଷା କରନ୍ତି । ହେଲେ ଗତ ମଙ୍ଗଳବାର ମୁମ୍ବାଇର ଏକ ପୂଜା ପେଣ୍ଡାଲରେ ତାଙ୍କୁ ଦେଖିବା ପରେ ଲାକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସେ ପତଳା ଦେଖାଯାଉଥିଲେ । ତାଙ୍କ ମୁହଁରେ ସେହି ଚମକ ନଥିଲା ଓ ଦାଢ଼ି ବି ଉଠିଥିଲା । ଅଜୟଙ୍କୁ ଏମିତି ଅବସ୍ଥାରେ ଦେଖି ସେ ଅସୁସ୍ଥ ଅଛନ୍ତି ବୋଲି ଲୋକେ ଭାବି ନେଇଥିଲେ । ତାଙ୍କର ଫଟୋ ଦେଖି ତାଙ୍କ ଫ୍ୟାନମାନେ ବି ଏ କଥା ଭାବୁଛନ୍ତି ଓ ଏନେଇ ଚିନ୍ତିତ ହୋଇପଡ଼ିଛନ୍ତି । ଅବଶ୍ୟ କିଛି ଲାକ ଏହା ବି କହୁଛନ୍ତି ଯେ କୌଣସି ଅପକମିଂ ଫିଲ୍ମ ପାଇଁ ଅଜୟ ନିଜ ଓଜନ କମାଇଥିବେ ।n ତେବେ ଅଜୟଙ୍କ ନିକଟସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ କୌଣସି ଫିଲ୍ମ ପାଇଁ ଓଜନ କମାଇ ନାହାନ୍ତି କି ତାଙ୍କୁ କୌଣସି ରୋଗ ହୋଇନି । ତେବେ ସ୍ୱାସ୍ଥ୍ୟ ଜନିତ କିଛି ସମସ୍ୟା ଯୋଗୁ ସେ ନିଜେ ଓଜନ ହ୍ରାସ କରିଛନ୍ତି । କିନ୍ତୁ ସ୍ୱାସ୍ଥ୍ୟ ଜନିତ କି ସମସ୍ୟା ରହିଛି, ତାହା ଜଣାପଡ଼ିନି । ଏ ସଂପର୍କରେ ଅଜୟ କିମ୍ବା ତାଙ୍କ ପରିବାର ଲୋକଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।


