ତାରାସିଙ୍ଗ ପୁଲିସର ପଥର କୁଆଁରୀରେ ଚଢଉ

ଭଞ୍ଜନଗର, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ତାରାସିଙ୍ଗ ଥାନା ପୁଲିସର ପଥର କୁଆଁରୀରେ ଚଢଉ । ରବିବାର ଦିନ ୧୨ଟା ସମୟରେ କୌଣସି ସୂତ୍ରରୁ ଖବର ପାଇ ତାରାସିଙ୍ଗି ପୁଲିସ ସମରବନ୍ଧ ପାହାଡ଼ରେ କୁଆଁରୀ ଫଟାଇବା ପାଇଁ ରଖାଯାଇଥିବା ବାରୁଦକୁ ଜବତ କରିଥିଲେ । ଏହି ବାରୁଦ ପଥର ଫଟାଇବା ପାଇଁ ବ୍ୟବହାର ହୋଇଥାଏ । ଏସପି ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶ କ୍ରମେ ତାରାସିଂ ଆଇଆଇସି ସବ୍ୟସାଚୀ ମଲ୍ଲ ଓ ତାଙ୍କ ଷ୍ଟାଫ ମିଳିତ ଭାବେ ଏହି ଚଢଉ କରିଥିଲେ । ଏହି ଚଢଉରେ ୧୭୫ କେଜି ଡ଼ିଟେରନେଟର, ଇଲେଟ୍ରିକ ୱାଇର, ୧୦୦ କେଜି ୱେବଫେଟିଲାଇଜର, ଏକ ଟ୍ରାକଟର ନଂ(ଓଆର୦୭ -ଏମ- ୪୯୩୮), ଗୋଟିଏ କଂପ୍ରେସର , ଗୋଟିଏ ଡ଼୍ରିଲ ମେସିନ, ଆଇରନ , ଡ଼୍ରିଲିଂ ରଡ଼୍ ଅନ୍ୟାନ ସାମଗ୍ରୀ ଜବତ କରିଥିଲେ । ଏହା ସହ କ୍ୱାରି ମାଲିକ ସମେତ ୬ଜଣଙ୍କୁ ଗିରଫ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଏସଡ଼ିପିଓ ସୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନେ ହେଲେ ନାରାୟଣପଲ୍ଲୀର ରାମଚନ୍ଦ୍ର ସାହୁ, କଳିଙ୍ଗାପଦରର ଜିତେନ୍ଦ୍ର କୁମାର ପଟ୍ଟନାୟକ, କୁଶପଲ୍ଲୀର ଅରୁଣ ବିଷୋୟୀ, ବାଳକୃଷ୍ଣ ନାୟକ, ସରୋଜ ରାଉତ ଓ ଟିଟୁ ରାଉତ । ଏହା ସହ ଆଗକୁ ଏପରି ଚଢଉ ଜାରୀ ରହିବ ଓ ସେମାନଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ