ତାରେଣୀଗଡା ରାମଚଣ୍ଡି ମଠ ବିବାଦୀୟ ଜମିରେ ପାରାଦୀପ ନାଗରିକ ମଂଚର ବୃକ୍ଷରୋପଣ
ପାରାଦୀପ, (ପୀତବାସ ପ୍ରଧାନ) : ଉପକଣ୍ଠ ତାରେଣୀଗଡା ରାମଚଣ୍ଡି ମଠ ବିବାଦୀୟ ଜାଗାରେ ପାରାଦୀପ ନାଗରିକ ମଂଚ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । ରାମଚଣ୍ଡି ମଠ ୨ଏକର ୨୧ଡିସିମିଲ ଜାଗାରେ କିଛି ଅନୁପ୍ରବେଶକାରୀ ଅଣଓଡିଆ, ଯେଉଁ ମାନଙ୍କର କି ବେଆଇନ ଭାବେ ପଶ୍ଚିମବଙ୍ଗ ଓ ପାରାଦୀପରେ ଭୋଟର ଓ ଆଧାର ପରିଚୟ ପତ୍ର ରହିଛି । ସେମାନେ ମଠର ପ୍ରାୟ ଦେଢ ଏକରରୁ ଉର୍ଦ୍ଧ୍ୱ ଜମି ଜବର ଦଖଲ କରି ରଖିଥିବାର ଅଭିଯୋଗ ଦୀର୍ଘ ଦିନ ହେବ ହୋଇ ଆସୁଅଛି । ପୂର୍ବରୁ ବିଗତ ଦିନରେ ଏହି ସ୍ଥାନରେ ନିଶା କାରବାର ହେଉଥିଲା । କିନ୍ତୁ ସ୍ଥାନୀୟ ଅଂଚଳବାସୀମାନେ ଏକଜୁଟ ହୋଇ ଗ୍ରାମର ପରିବେଶକୁ ସୁସ୍ଥ ସମୃଦ୍ଧ ରଖିଥିବା ବେଳେ କିଛି ଅସାଧୁ ଜମି ଦଲାଲ ମାଫିଆ ମାନେ ମଠ ଜମିକୁ ଜୋର ଜବରଦସ୍ତ ଦଖଲ କରୁଥିବା ସମୟରେ ଗ୍ରାମବାସୀମାନେ ସେମାନଙ୍କୁ ବିରୋଧ କରିଛନ୍ତି । ତେବେ ମାଫିଆଙ୍କ ମଠ ଜମି ଅଧିଗ୍ରହଣକୁ ବିରୋଧ କରି ଉକ୍ତ ବିବାଦୀୟ ଜାଗାରେ ପାରାଦୀପ ନାଗରୀକ ମଂଚ ପକ୍ଷରୁ ୫୦୦ରୁ ଉର୍ଦ୍ଧ୍ୱ ପ୍ରଦୂଷଣମୁକ୍ତ ବୃକ୍ଷ ଲଗାଯିବ ବୋଲି ନାଗରିକ ମଂଚ ସଭାପତି ତଥା ପରିବେଶବିତ୍ ଡଃ ଅୟସ କାନ୍ତ ରାୟ କହିଛନ୍ତି ।