ତାଲାଭାଙ୍ଗି ଇଲେକ୍ଟ୍ରି ଦୋକାନରୁ ଚୋରି 

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ):ଗତକାଲି ରାତିରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ମୁଖ୍ୟ ସଡକରେ ଇଲେକ୍ଟ୍ରି ଦୋକାନ କରିଥିବା ଦୟା ବିଶ୍ୱାଳଙ୍କ ଦୋକାନରୁ ଚୋରି ହୋଇଥିବା ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି ।ସବୁଦିନ ପରି ଦୟା ରାତି ୧୦.୩୦ରେ ଦୋକାନ ବନ୍ଦ କରି ଘରକୁ ଯାଇଥଲେ ।ପରେ ରାତି ୧୨ ରୁ ଘଣ୍ଟାଏ ଭିତରେ ଚୋରମାନେ କବାଟ ଭାଙ୍ଗି ଗୋଟିଏ ଡ୍ରିଲ୍ ମେସିନ,ଇଲେକ୍ଟ୍ରିକାଲ ଟୁଲ୍,ଫେନ୍ କଏଲ୍,ଆର୍ମେଚର୍ ଏବଂ ଇଲେକ୍ଟ୍ରିକାଲ ସ୍ପେର୍ ପାର୍ଟ ଚୋରି କରି ନେଇଥିବା ଦୟା ଅଭିଯୋଗ କରିଛନ୍ତି ପୋଲିସ ଘଟଣାର ତଦନ୍ତ କରି ଦୁଇଜଣକୁ ଅଟକ ରଖି ପଚରାଉଚରା କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ