ଦିଗପହଣ୍ଡି ରେ ସି.ପି.ଆଇ(ଏମ୍) ର ପ୍ରତିବାଦ ଦିବସ ପାଳନ
ଦିଗପହଣ୍ଡି,(ୱାଇଏନ୍ଏସ୍): ସି.ପି.ଆଇ(ଏମ) କେନ୍ଦ୍ରୀୟ କମିଟିର ଡାକରା କ୍ରମେ ଶନିବାର ଦିନ ଦିଗପହଣ୍ଡି ଆଞ୍ଚଳିକ କମିଟି ପକ୍ଷରୁ ସ୍ଥାନୀୟ ବଜାର ଗାନ୍ଧିଛକ ଠାରେ ପ୍ରତିବାଦ ଦିବସ ପାଳନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ପାର୍ଲିଆମେଣ୍ଟ ଅଧିବେଶନ କୁ ବିରୋଧ କରି ଦେଶ ବ୍ୟାପି ପ୍ରତିବାଦ ଆନ୍ଦୋଳନ ପରିପ୍ରେକ୍ଷୀରେ ସି.ପି.ଆଇ(ଏମ) ଦିଗପହଣ୍ଡି ଆଞ୍ଚଳିକ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କ ଜନ ମାରଣ ନୀତି ବିରୋଧରେ ପ୍ରତିବାଦ ଆନ୍ଦୋଳନ କରାଯାଇଥିଲା । ଆଇନଜୀବି କୁରେଶୁ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ କାର୍ଯ୍ୟକ୍ରମରେ ସି.ପି.ଆଇ(ଏମ) ଗଞ୍ଜାମ ଜିଲା କମିଟି ସମ୍ପାଦକ କୈଳାଶ ଷଡ଼ଙ୍ଗୀ, ଜିଲ୍ଲା କର୍ମକର୍ତ୍ତା ଅଶ୍ୱିନୀ ଦାସ ଯୋଗ ଦେଇ ସର୍ବବ୍ୟାପି ମହାମାରୀ କୋଭିଡି -୧୯ ର ମୁକାବିଲାକୁ ଏକ ସୂତ୍ରୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଜନଗଣଙ୍କ ଜୀବନ ଜୀବିକାକୁ ଅଣଦେଖା କରି ନାନାଦି ଜନ ସ୍ୱାର୍ଥ ବିରୋଧୀ କାର୍ଯ୍ୟମାନ କରି ଚାଲିଛନ୍ତି ବୋଲି ମତ ପ୍ରକାଶ କରିଥିଲେ । ଏହି ମହାମାରୀ ବିଭୀଷିକା ସମୟରେ କେନ୍ଦ୍ରସରକାର ବିଭିନ୍ନ ଆଇନ ଗୁଡିକର ସଂଶୋଧନ ବାତିଲ କିମ୍ବା ବିକୃତ କରିଛନ୍ତି ତାହା ସମ୍ବିଧାନ ବିରୋଧୀ ଅଟେ । କେନ୍ଦ୍ର ସରକାର ୧୧ ଟି ଅଧ୍ୟାଦେଶ ଜାରି କରିଛନ୍ତି ଚାଷୀ ଓ ଚାଷ ସମ୍ପର୍କୀୟ ଅଧ୍ୟାଦେଶ ଜାରି କରି ଚାଷୀ କୁଳକୁ ସର୍ବସ୍ୱାନ୍ତ କରିବାକୁ ମସୁଧା ଚଳାଇଛନ୍ତି । ଭାଗ ଚାଷୀଙ୍କ ଅଧିକାର ନଷ୍ଟ ହୋଇଛି । ସେହିପରି ଶ୍ରମିକ ଓ କମ୍ପାନୀ କର୍ମଚାରୀ ମାନଙ୍କ ଅଧିକାରକୁ ଛଡେଇ ନେବା ପାଇଁ ଶ୍ରମ ଆଇନରେ ବ୍ୟାପକ ସଂଶୋଧନ କରାଯାଇଛି । ରେଳ,ତୈଳ,କୋଇଲା, ପ୍ରତିରକ୍ଷା ସରଞ୍ଜାମ,ବ୍ୟାଙ୍କ,ବୀମା ଆଦି ସମସ୍ତ ସରକାରୀ ସଂସ୍ଥାକୁ ଘରୋଇ କରଣ କରି ଦେଶୀ ବିଦେଶୀ ପୁଞ୍ଜିପତିଙ୍କ ହାତରେ ଟେକି ଦେବା ପାଇଁ ତପ୍ତର ହୋଇଛନ୍ତି । ଏହାକୁ ଯେଉଁ ଛାତ୍ର ଛାତ୍ରୀ, ଶିକ୍ଷିତ ବେକାର ଯୁବକ,ଚାଷୀ, ଶ୍ରମିକ,ବୁଦ୍ଧିଜୀବୀ,ଓକିଲ,ଶିକ୍ଷକ,ସମାଜସେବୀ ବିରୋଧ କରିଛନ୍ତି ସେମାନଙ୍କ ବିରୋଧରେ ମିଥ୍ୟା ମକଦ୍ଦମା କରାଯାଇଛି ବୋଲି ଦର୍ଶାଇଥିଲେ । ଏହି ପ୍ରତିବାଦ ଦିବସ ପାଳନ କାର୍ଯ୍ୟକ୍ରମରେ ଆଇନଜୀବୀ ପି.ଶିବ ଶଙ୍କର,ଉଜ୍ୱଳ ସାହୁ,ଭି. ସୁଦର୍ଶନ ରାଜୁ,ସୁଶାନ୍ତ ଷଡ଼ଙ୍ଗୀ, ରମା ସାହୁ,ଜୟନ୍ତୀ ବାଳା ମିଶ୍ର,ରାମ ସେଠି,କୈଳାଶ ପ୍ରଧାନ,ବିଶ୍ୱନାଥ ମହାରଣା,ବି. ନାର୍ଶୁ ରେଡ୍ଡୀ, ଯୁଧିଷ୍ଠିର ମହାରଣା,ପାଟା. ଗୋବିନ୍ଦ,ଏ. ଘନ,ଏ. ସୂର୍ଯ୍ୟ ନାରାୟଣ,ଏ. କୃଷ୍ଣ ମୂର୍ତ୍ତି,ଏ. ନିରଞ୍ଜନ,ଆଲୁ କୁରେସୁ ପ୍ରମୁଖ ଉପସ୍ଥିତ ଥିଲେ ।


