ତାଲିବାନର ଆତଙ୍କବାଦୀଙ୍କୁ ବାଇଡେନ୍‌ଙ୍କ କଡ଼ା ଚେତାବନୀ

ୱାସିଂଟନ୍‌: ତାଲିବାନର କ୍ଷମତା ଦଖଲ ସହିତ ଗତକାଲି ଆଇଏସ୍‌-କେ ଆତଙ୍କବାଦୀଙ୍କ ଆକ୍ରମଣରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୧୩ ଜଣ ଆମେରିକୀୟ ସୈନିକ ନିହତ ହୋଇଛନ୍ତି । ଏହି ଆକ୍ରମଣର ପ୍ରତିଶୋଧ ନିଆଯିବ ଏବଂ ଆଇଏସ୍‌ ଆତଙ୍କବାଦୀ ନିସ୍ତାର ପାଇବେ ନାହିଁ ବୋଲି ବାଇଡେନ୍‌ କଡ଼ା ଚେତାବନୀ ଦେଇଛନ୍‌ନ୍ତି । ଆକ୍ରମଣକାରୀଙ୍କୁ ଆମେ ନିପାତ କରିବୁ’ ବୋଲି ବାଇଡେନ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି। ଆଇଏସ୍‌-କେ ଆତଙ୍କବାଦୀ ସଂଗଠନକୁ ମୂଳପୋଛ କରିବା ପାଇଁ ତୁରନ୍ତ ରଣନୀତି ପ୍ରସ୍ତୁତ କରିବାକୁ ବାଇଡେନ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ବିରୋଧରେ ଆଇଏସ୍‌ ଆତଙ୍କବାଦୀ କେବେ ବି ସଫଳ ହୋଇପାରିବେ ନାହିଁ। ଆମେ ଆମେରିକୀୟଙ୍କୁ ରକ୍ଷା କରିବୁ ଏବଂ ସେମାନଙ୍କୁ ସୁରକ୍ଷିତ ଆଫଗାନିସ୍ତାନରୁ ଉଦ୍ଧାର କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ବାଇଡେନ୍‌ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ