ତାଲିବାନ ନୁହେଁ ଆମେରିକା କରିଥିଲା ରକେଟ ମାଡ଼

କାବୁଲ: ଫଗାନିସ୍ତାନ ସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। କାବୁଲସ୍ଥିତ ହମିଦ୍ କାରଜାଇ ବିମାନ ବନ୍ଦରରେ ଦୁଇଦିନ ତଳେ ଇସ୍‌ଲାମିକ୍ ଷ୍ଟେଟ୍‌-ଖୁରାସାନ (ଆଇଏସ-କେ) ଆତ୍ମଘାତୀ ବିସ୍ଫୋରଣ ଘଟାଇବା ପରେ ଆମେରିକା ଆରମ୍ଭ କରିଛି ଦୃଢ କାର୍ଯ୍ୟାନୁଷ୍ଠାନ। ଏହି ଆକ୍ରମଣରେ ନିୟୋଜିତ ଆଇଏସ ଆତଙ୍କବାଦୀଙ୍କ ଆଡ୍ଡାକୁ ଖୋଜି ଖୋଜି ଉଡାଇବା ଆରମ୍ଭ କରିଛି। ଗତକାଲି ନଙ୍ଗାହାରରେ ଥିବା ଆଇଏସ ଆଡ୍ଡା ଉପରେ ଡ୍ରୋନ୍ ଆକ୍ରମଣ କରିଥିବାବେଳେ ଆଜି ବିମାନବନ୍ଦରରେ ଆକ୍ରମଣ କରିବା ଲାଗି ଆସୁଥିବାବେଳେ ଆଏସଏସ-କେ ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ଆମେରିକା ସେନା ଡ୍ରୋନ ଆକ୍ରମଣରେ ନିପାତ କରିଛି। ଗୁଇନ୍ଦା ସୂଚନା ଆଧାରରେ ଏହି ଆତ୍ମରକ୍ଷା କୌଶଳ ଆପଣା ଯାଇଛି। ଆମେରିକା ସେନାର ଏହି ଆକ୍ରମଣ ସମ୍ପର୍କରେ ତାଲିବାନ ମୁଖପାତ୍ର ସୂଚନା ଦେଇଛନ୍ତି। ମୁଖପାତ୍ର ଜଣଙ୍କ କହିଛନ୍ତି ଯେ, ଆତ୍ମଘାତୀଙ୍କୁ ନେଇ ବିମାନବନ୍ଦର ଅଭିମୁଖେ ଯାଉଥିବା ଏକ ବିସ୍ଫୋରକ ଭର୍ତ୍ତି ଗାଡି ଉପରେ ଆମେରିକା ସେନା ଆକାଶମାର୍ଗରୁ ଆକ୍ରମଣ କରିଛି। ବିମାନ ବନ୍ଦରରେ ଆତ୍ମଘାତୀ ଆକ୍ରମଣ ରୋକିବା ଓ ବ୍ୟାପକ ଜୀବନର ସୁରକ୍ଷା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଆମେରିକା। ତେବେ ଏହି ବିସ୍ଫୋରଣରେ ୨ ଜଣ ନାଗରିକଙ୍କ ମୃତ୍ୟୁ ସହ ୩ ଜଣ ଆହତ ହୋଇଥିବା ଜଣାପଡିଛି। ବିସ୍ଫୋରକ ଭର୍ତ୍ତି ଗାଡି ଉପରେ ଏଭଳି ଆକ୍ରମଣ ହୋଇଥିବାରୁ ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ପ୍ରଥମେ ଏହା ଆଇଏସ-କେ ଦ୍ବାରା ରକେଟ୍‌ ମାଡ ବୋଲି କୁହାଯାଉଥିଲା। ମାତ୍ର ପରେ ଏହାକୁ ତାଲିବାନ ଓ ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ୍ ସ୍ପଷ୍ଟ କରିଛି। ଆଇଏସ-କେ ଉପରେ ଗତ ୨୪ ଘଣ୍ଟା ମଧ୍ୟରେ ଏହା ଆମେରିକାର ଦ୍ବିତୀୟ ଡ୍ରୋନ୍ ଆକ୍ରମଣ। ଦୁଇଦିନ ତଳେ କାବୁଲ ବିମାନ ବନ୍ଦରରେ ଆଇଏସ-କେ ଆତ୍ମଘାତୀ ଆକ୍ରମଣରେ ୨୦୦ ନିରୀହ ନାରଗରିକଙ୍କ ମୃତ୍ୟୁ ସହ ୧୩ ଜଣ ଆମେରିକୀ ସୈନ୍ୟ ମଧ୍ୟ ମୃତ୍ୟୁବରଣ କରିଥିଲେ।
ପେଣ୍ଟାଗନ କହିଛି ଆମେରିକା ସେନା ଏହାର ଆତ୍ମରକ୍ଷା ପାଇଁ ଏହି ଆକ୍ରମଣ କରିଛି। ଗାଡିରେ ଆତ୍ମଘାତୀଙ୍କ ସହିତ ବିସ୍ଫୋରକ ଭର୍ତ୍ତି ଥିବାରୁ ଏହା ବିସ୍ଫୋରଣ ହୋଇଛି। ଗୁରୁବାର ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ଆମେରିକା କହିଥିବାବେଳେ ଏପରି ପ୍ରତି ଆକ୍ରମଣ କରିଛି। ଶନିବାର ମଧ୍ୟ ଆମେରିକା ସେନା ଆଇଏସ୍‌-କେର ଆଡ୍ଡା ଉପରେ ବିମାନ ଆକ୍ରମଣ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ