ତାଲୁକ ସ୍ତରୀୟ ଆଇନ ସହାୟତା ଶିବିର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ପଞ୍ଚାୟତ ସମିତି ଅଡିଟୋରୀୟମ ହଲରେ ତାଲୁକ ସ୍ତରୀୟ ଆଇନ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି। ମହିଳା ସଶକ୍ତି କରଣ ଅବସରରେ କମିଟି ଅଧ୍ୟକ୍ଷ ବିଚାରପତି ପତିତପାବନ ପଣ୍ଡା କହିଥିଲେ ଯେ ମହିଳାମାନେ ଆଇନ ପ୍ରତି ସଚେତନ ହେଲେ ନିଜକୁ ସୁରକ୍ଷା ଦେଇପାରିବେ। ଯୌତୁକ ଦେବା ଓ ନେବା ଉଭୟ ଅପରାଧ ଅଟେ, ଏଥିପ୍ରତି ସଚେତନ ରହିବା ଜରୁରୀ। ପକ୍ସୋ ଆଇନ ସହ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ଯୋଗଦେଇ ମହିଳା ସଶକ୍ତିକରଣ ସହ ଆତ୍ମନିର୍ଭରଶୀଳ ହେବା ଉପରେ ଗୁରୁତ୍ବାରୋପ କରିଥିଲେ। ସାମ୍ବାଦିକ ରାମକୃଷ୍ଣ ଚୌଧୁରୀ, ଆଇନଜୀବୀ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ। ଏହି ଅବସରରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପେସ୍କାର ଶିବ ସାଗର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କିରାଣୀ ଅବନାଶ ଆଚାର୍ୟ୍ୟ ଓ ପ୍ରୀତି ପ୍ରକାଶ ସେଣ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ