ତାଳମୁଣ୍ଡା ଗ୍ରାମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନ ତାଳମୁଣ୍ଡା ଗ୍ରାମରେ ” ୟୁଥ ୱଲଫର ସୋସାଇଟି” ତରଫରୁ ସ୍ଥାନୀୟ ଖେଳ ପଡିଆରେ ଠାରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି କ୍ଷ ତାଳମୁଣ୍ଡା ୟୁଥ ୱଲଫର ସୋସାଇଟିର ସଭାପତି ଶାମୁୟେଲ କାର୍ୟ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ କ୍ଷ ସମ୍ମାନିତ ଅତିଥି ଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ସରପଞ୍ଚ ପଦ୍ମାବତୀ ଭୂୟା, ସମିତି ସଭ୍ୟା ସରୋଜିନୀ ଶବର, ଅବସରପ୍ରାପ୍ତ ଶିକ୍ଷକ ଅଭୟ କୁମାର ଭୂୟାଁଙ୍କ ସମେତ ୱାର୍ଡ଼ ସଭ୍ୟସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ କ୍ଷ ଏହା ସହିତ ଶୃଙ୍ଖଳିତ ଭାବେ ମ୍ୟାଚ ଖେଳିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ ରେ ୩୨ଟି ଟିମ ଅଂଶ ଗ୍ରହଣ କରିଥିବା ବେଳେ ୨୦ ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଚାଲୁରହିବ ଓ ଉଦଘାଟନୀ ମ୍ୟାଚ ଉକାରସିଂ ଓ ସିଣ୍ଡିବା ଟିମ ମଧ୍ୟରେ ହୋଇଥିଲା । ଏଥିରେ ଉକାରସିଂ ଦଳ ବିଜୟ ହାସଲ କରିଛି । ଟସ ଜିଣି ସିଣ୍ଡିବା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୧୨ ଓଭର ରେ ୭ ଉଇକେଟ ହରାଇ ୧୦୭ ରନ କରିଥିଲା । ଏହାର ଜବାବରେ ଉକାରସିଂ ଦଳ ୧୦.୪ ଓଭର ରେ ୧୦୯ ରନ ସଂଗ୍ରହ କରି ଵିଜୟ ହୋଇଥିଲେ । ଟୁର୍ଣ୍ଣାମେଣ୍ଟକୁ ଜାକବ ଭୂୟାଁ, ପିଣ୍ଟୁ ବଡ଼ରଇତ, ଅମୁନା ଭୂୟା ପ୍ରମୁଖ ପରିଚାଳନା କରିଥିବା ବେଳେ ଗ୍ରାମର ଯୁବକ ମାନେ ପରିଚାଳନା ରେ ସହଯୋଗ କରିଥିଲେ I


