ତାସ ଖେଳକୁ ନେଇ ସଢ଼ା ଗ୍ରାମରେ ଗୋଟିଏ ପରିବାର ଉପରେ ଆକ୍ରମଣ
ହାଟଡିହିି, (ବିକାଶ ବିଶ୍ୱାଳ):ପିଲାଙ୍କ ଭିତରେ ତାସ ଖେଳକୁ ନେଇ ସଢ଼ା ଗ୍ରାମରେ ମହାଭାରତ ସୃଷ୍ଟି ହୋଇଛି । ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଯୋଗୁଁ ସେହି ପରିବାରର ତିନିଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଖବରରୁ ଜଣାଯାଇଛି ସେସୋ ଥାନା ଅଧିନସ୍ଥ ସଢ଼ା ଗ୍ରାମରେ ଗତକାଲି ତାସ ଖେଳାକୁ ନେଇ ଶଶିକାନ୍ତ ପାତ୍ରଙ୍କ ପୁଅ ଶାକ୍ତି ପାତ୍ର ସହିତ କେଶବ ପାତ୍ରଙ୍କ ପୁଅ ଧିରେନ୍ଦ୍ର ପାତ୍ର ସହିତ ପାଟିତୁଣ୍ଡ ଓ ଝଗଡା ହୋଇଥିଲା । ଏପରିକି ଏଥିରେ ଉଭୟଙ୍କ ଭିତରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ପରେ କିଛି ଲୋକଙ୍କ ସହାୟତାରେ ଏହାର ସମାଧାନ କରାଯାଇଥିଲା । କିନ୍ତୁ ଏହାକୁନେଇ ଆଜି ଧିରେନ୍ଦ୍ରଙ୍କ ପରିବାର ଲୋକେ ସଂଘବଦ୍ଧ ହୋଇ ଶକ୍ତିଙ୍କ ପରିବାର ଲୋକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବାରୁ ଷକ୍ତିଙ୍କ ମା, ଭଉଣୀ ଓ ପିଉସୀ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏନେଇ ଶକ୍ତିଙ୍କ ପରିବାର ପକ୍ଷରୁ ସୋସୋ ଥାନାରେ ଅଭିଯୋଗ ହେବାପରେ ସୋସୋ ପୁଲିସ ଥାନା କେସନଂ ୧୨୭/୨୦୨୩ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି ।