ତିନିଟି ପ୍ରକଳ୍ପ ଉଦଘାଟନ କଲେ ମାନ୍ୟବର ଶ୍ରମ ମନ୍ତ୍ରୀ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ରାଜ୍ୟ ସରକାରଙ୍କ ମାନ୍ୟବର ଶ୍ରମ, ନିଯୁକ୍ତି ଓ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଜୁନ ୧୪ ତାରିଖ ଦିନ ପୋଲସରା ବ୍ଲକ ଅନ୍ତର୍ଗତ ସିଂହାସିନୀ ପୀଠରେ ପୋଲିସ ସହାୟତା କେନ୍ଦ୍ର, ମା’ସିଂହାସନୀ କାର୍ଯ୍ୟାଳୟ ଓ କଷିପଡା ଓ ସିଂହାସନୀ ପୀଠରେ ଶତ ପ୍ରତିଶତ ପାନୀୟ ଜଳ ଯୋଗାଣ କେନ୍ଦ୍ର ଏହି ତିନିଟି ପ୍ରକଳ୍ପକୁ ଉଦଘାଟନ କରିଥିଲେ। ପୋଲିସ ସହାୟତା କେନ୍ଦ୍ର ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଏବଂ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏ, ପୁରୁଷୋତ୍ତମପୁର ଆରକ୍ଷୀ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ଓ ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏଥିସହ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, କୋଦଳା ଥାନା ଆଇଆଇସି, କବିସୂର୍ଯ୍ୟନଗର ଆଇଆଇସି, ଓ ପୁରୁଷୋତ୍ତମପୁର ଆଇଆଇସି ମଧ୍ୟ ଉପସ୍ଥିତ ରହିଥିଲେ। ସେହିପରି କଷିପଡା ଓ ସିଂହାସନୀ ପୀଠରେ ଶତ ପ୍ରତିଶତ ପାନୀୟ ଜଳଯୋଗାଣ କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା ପ୍ରଧାନ, ବିଡ଼ିଓ ଧର୍ମରାଜ ପରିଡା, ସହକାରୀ ଯନ୍ତ୍ରୀ ଭିକାରୀ ଖଣ୍ଡୁଆଳ, ଜିଲ୍ଲା ପରିଷଦ ସଦସ୍ୟ ବିକ୍ରମ କୁମାର ନାୟକ, ବ୍ଲକ ଉପାଧ୍ୟକ୍ଷା କାହ୍ନୁ ଚରଣ ପରିଡା, କଷିପଡା ପଞ୍ଚାୟତ ସରପଞ୍ଚ ରଘୁନାଥ ଭୂୟାଁ, ସମିତି ସଭ୍ୟା ବାଳମଣୀ ନାୟକ, ଓ କନିଷ୍ଠ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ, ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ. ନୀଳମାଧବ ଆଚାରୀ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ, ଉପଦେଷ୍ଟା ପୀତବାସ ପ୍ରଧାନ, ସମିତି ସଭ୍ୟା ସଂଯୁକ୍ତା ବାଡ଼ତ୍ୟା, ନରେନ୍ଦ୍ର କୁମାର ଦେବତା ପ୍ରମୂଖଙ୍କ ସମେତ ବହୁ ଲୋକପ୍ରତିନିଧି ମଧ୍ୟ ଉପସ୍ଥିତ ରହି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ