ତିନିଦିନ ଧରି ପାଳିତ ହେବ ଗଣତନ୍ତ୍ର ଜ୍ଞାନଯଜ୍ଞର ୫୦ତମ କାର୍ଯ୍ୟକ୍ରମ-ବାବା ବଳିଆ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ୨୦୦୭ ମସିହାରେ ଆରମ୍ଭ ହୋଇଥିବା ଗଣତନ୍ତ୍ର ଜ୍ଞାନଯଜ୍ଞର ୫୦ତମ ସୁବର୍ଣ୍ଣ ଉତ୍ସବ ଆସନ୍ତା ମଇ ମାସ ୩, ୪ ଓ ୫ ତାରିଖରେ ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଶିଶୁଅନନ୍ତ ଆଶ୍ରମ, ଅରିଲୋ, ତିର୍ତ୍ତୋଲଠାରେ ଅନୁଷ୍ଠିତ ହେବ ବୋଲି ଆଜି ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ପୂଜ୍ୟପୂଜକ ଶ୍ରୀମତ୍ ବାବା ବାଳିଆ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମରେ ଉଦ୍ଘାଟନ ଓ ଉଦ୍ଯାପନ ଉତ୍ସବକୁ ଛାଡ଼ି ପରିବେଶ ସଚେତନତା ଓ ଉତ୍ତର ପିଢୀ ପାଇଁ ଠୋସ କାର୍ଯ୍ୟକ୍ରମକୁ ନେଇ ଦୁଇଟି ସମ୍ପାନ ଅନୁଷ୍ଠିତ ହେବ । ଗଣତନ୍ତ୍ର ଓ ବର୍ତ୍ତମାନର ସମାଜକୁ ବାର୍ତ୍ତା, ଉପରେ ଅନ୍ୟ ୩ଗୋଟି ସମ୍ପାନ ଅନୁଷ୍ଠିତ ହେବ । ୨୦୦୭ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦିଲ୍ଲୀଠାରେ ଦୁଇଗୋଟି ଜାତୀୟସ୍ତରୀୟ ଅଲୋଚନାଚକ୍ର ହୋଇଥିବା ବେଳେ ବମ୍ବେ, କଲିକତା, ବାଙ୍ଗାଲୁର ଭଳି ବୃହତ୍ ଆବାସ ସହରମାନଙ୍କରେ ମଧ୍ୟ ଗଣତନ୍ତ୍ର ସଚେତନତା କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ଓ ସାଧାରଣ ଜନତା ବେଶ୍ ଶ୍ରଦ୍ଧାର ସହ ଗ୍ରହଣ କରୁଛନ୍ତି ।ରାଜତନ୍ତ୍ରର ଏକଛତ୍ରବାଦୀ ମନୋଭାବକୁ ଅସହ୍ୟ ମନେକରି ଦୀର୍ଘ ୭୩ ବର୍ଷ ଧରି ଗଣତନ୍ତ୍ରକୁ ରାଷ୍ଟ୍ରଧର୍ମ ଭାବେ ଆପଣେଇବା ପରେ ମଧ୍ୟ ସାଧାରଣ ଜନତା ଗଣତନ୍ତ୍ର କ’ଣ ସଠିକ୍ ବୁଝିନାହାଁନ୍ତି । କିନ୍ତୁ ସେଇ ଅବୁଝା ଅନଭିଜ୍ଞ ମଣିଷ ହାତରେ ଏ ଦେଶର ଭାଗ୍ୟ ଭବିଷ୍ୟ ସ୍ୱାଧୀନତା ନୁହେଁ ବରଂ ସ୍ୱାଧୀକାରପ୍ରାପ୍ତି ପରେ ଯେଉଁ ବ୍ୟବସ୍ଥାରେ ଆମେ ପରିଚାଳିତ ସେ ବ୍ୟବସ୍ଥା ସମ୍ପର୍କରେ ନିଜେ ବୁଝନ୍ତୁ କିମ୍ବା କୌଣସି ବିଶେଷଜ୍ଞ, ବୁଦ୍ଧିଜୀବୀ, ଗୁଣୀଜ୍ଞାନୀ କିମ୍ବା ଗଣତନ୍ତ୍ର ଶିକ୍ଷକ ଏ ଗଣତନ୍ତ୍ର ବ୍ୟବସ୍ଥା କଣ, କିପରି ଓ କାହିଁକି ଜନତାଙ୍କୁ ବୁଝାଇଲେ ନାହିଁ କିମ୍ବା ଯେତିକି ବୁଝାଯାଇଛି ତାହା ଯଥେଷ୍ଟ ନୁହେଁ, ଗଣତନ୍ତ୍ର ବିଶ୍ୱର ସର୍ବଶ୍ରେଷ୍ଠ ଶାସନ ବ୍ୟବସ୍ଥା ହେଲେ ମଧ୍ୟ ଆଜିବି ସାଧାରଣ ଜନତା ଏହାର ସୁଫଳ ପାଇବାରୁ ବଞ୍ôଚତ । ଗାଁ ଗହଳୀର ସରଳ ମଣିଷ ଆଜି ପର୍ଯ୍ୟନ୍ତ ବୁଝିଛି ଗଣତନ୍ତ୍ର ମାନେ ନେତା, ମନ୍ତ୍ରୀ ବା ନିର୍ବାଚନ । କିନ୍ତୁ ଗଣତନ୍ତ୍ରର ସର୍ବୋଚ୍ଚ ବ୍ୟକ୍ତି ଯେ, ସିଏ ନିଜେ ଏକଥା ଏପର୍ଯ୍ୟନ୍ତ ସେ ବୁଝିନି । ଅଧିକାର ପାଇଁ ଆଗଭର ହୋଇ ଗାନ୍ଧିଜୀଙ୍କ ଆଦର୍ଶର ବିକୃତ ରୂପ ହରତାଳ, ଧର୍ମଘଟ, ଅନଶନ, ରାସ୍ତାରୋକକୁ ଶିଖିଲା ଅଥଚ ଦେଶ ପାଇଁ ତାର କିଛି କର୍ତ୍ତବ୍ୟ ଅଛି, ସେ କଥା ପାଇଁ ଚେଇଁ ଶୋଇଲା, ବ୍ୟକ୍ତି ବ୍ୟବସ୍ଥାକୁ-ବ୍ୟବସ୍ଥା ବ୍ୟକ୍ତିକୁ କାଦୁଅ ଫୋପଡ଼ା ଫୋପାଡ଼ି ହେଉ ହେଉ ରାଷ୍ଟ୍ରରେ ଆଜି ଏ ଅବସ୍ଥା । ପ୍ରତି ବ୍ୟକ୍ତି ଯଦି ଦେଶ ପାଇଁ ଦିନକୁ ଅଳ୍ପ ଅଳ୍ପ ସମୟ ଦିଅନ୍ତେ ତେବେ ମୋ ଦେଶ ସୁଧୁରି ଯାଆନ୍ତା, ମୋ ଗଣତନ୍ତ୍ର ସଜାଡ଼ି ହୋଇ ଯାଆନ୍ତା, ମୋ ଉତ୍ତରପିଢିର ପିଲାମାନେ କୁହନ୍ତେ ଆମ ପୂର୍ବପୁରୁଷମାନେ ଆମ ପାଇଁ ଗୋଟେ ସୁସ୍ଥ ସମାଜ, ଭଲ ବ୍ୟବସ୍ଥା ଓ ଶାନ୍ତ ସମାଜ ଦେଇଛନ୍ତି ।ଦୋଷାରୋପ ପରିହାର କରି ଆମ ଦେଶ ଆମେ ସଜାଡ଼ିବା, ତ୍ରୁଟି କେଉଁଠି ସଂଶୋଧନ କିପରି କ’ଣ କରିବା, କିପରି କରିବା, କଣ କଲେ ଭଲ ହେବ, ଏଇ ମାର୍ଗଦର୍ଶନ ପାଇଁ ଗଣତନ୍ତ୍ର ଆଲୋଚନା ମଞ୍ଚ ପ୍ରସ୍ତୁତ କରିିଛୁ, ଏଇ ମନ୍ଥନରୁ ବାଟ ମିିଳିଗଲେ ଆମ ପାଇଁ ନହେଲା ନାଇଁ ଆଗାମୀ ପିଲାମାନେ ତ ଭଲରେ ରହିବେ?ସମସ୍ତେ ପଚାରୁଛନ୍ତି ଏ କାର୍ଯ୍ୟକ୍ରମ କାହିଁକି? ଆରେ ବାବୁ! କେଉଁଠୁ ତ ଗୋଟେ ଆରମ୍ଭ ହେବ, କେହି ତ ଜଣେ ଆରମ୍ଭ କରିବ । ଯଦି ମୋ ଭିତରେ ସେ ପ୍ରେରଣା ଆସୁଛି ମୁଁ ମାଧ୍ୟମ ହେଲେ କ୍ଷତି କ’ଣ? ବଳିଆ ମତରେ ସୃଷ୍ଟିର ସେବା ହିଁ ସ୍ରଷ୍ଟାଙ୍କ ସେବା ଜଳ ଜଳ ଦିଶୁଛି । ଆଜିର ଏ ପରିସ୍ଥିତ କାହିଁକି ଉଗ୍ରରୂପ ନେବ । ଆମମାନଙ୍କ ପିଲାମାନେ ତାହାର ଶିକାର ହେବେ, ସମୟ ଅଛି ନେଡ଼ିଗୁଡ଼ କହୁଣୀକୁ ଯାଇନି । ଆସନ୍ତୁ, ମିଳିମିଶି ନିଜେ ସୁଧୁରି ଦେଶ ସୁଧାରି ନେବା । ଆଜିର ଏହି ଖବରଦାତା ସମ୍ମିଳନୀରେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ପୂର୍ବତନ ବିଧାୟକ ଶ୍ରୀ ରାଜୁ ସିଂହ, ବିଧାୟକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, କମିଟିର ସାଧାରଣ ସମ୍ପାଦକ ମନୋଜ ଦାସ, ସମ୍ପାଦକ ପରମାତ୍ମା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।