ମୋ ବସ୍ ଧକ୍କାରେ କୁନି ଝିଅର ମୃତ୍ୟୁ

ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ମୋ ବସ୍ ଧକ୍କାରେ କୁନି ଝିଅର ମୃତ୍ୟୁ ୩ଟି ମୋ ବସ୍‌କୁ ଅଟକ ରଖିଲେ ସ୍ଥାନୀୟ ଲୋକେରାସ୍ତାରେ ବାଉଁଶ ପକାଇ ନନ୍ଦନକାନନ ପଟିଆ ରାସ୍ତା ଅବରୋଧ l ସୂଚନା ଅନୁସାରେ ଆଜି ସକାଳୁ ନାବାଳିକାଙ୍କ ଜୀବନ ନେଇଛି ମୋ ବସ୍। ନନ୍ଦନକାନନ ରାସ୍ତା ରଘୁନାଥପୁର ନିକଟରେ ଘଟିଥିଲା ଦୁର୍ଘଟଣା। ଘରୁ ସାଇକେଲ ନେଇ ନନ୍ଦନକାନନ ଛକକୁ ଯାଉଥିଲେ ୧୩ ବର୍ଷ ବୟସ୍କ ନାବାଳିକା। ପଛରୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା ମୋ ବସ୍ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।କାନ୍ଦବୋବାଳିରେ ପାଟି ପଡିଥିଲା ପରିବେଶ। ଦୁର୍ଘଟଣା ପରେ ନନ୍ଦନକାନନ-ଜୟଦେବବିହାର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଉତ୍ୟକ୍ତ ଲୋକ। ଟାୟାର ଜାଳି ପ୍ରତିବାଦକୁ ଓହ୍ଲାଇଥିଲେ ଲୋକେ। ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ