ତିନିଦୋଳ ଯାତ୍ରା ଅନୁଷ୍ଠିତ
ଅନୁଗୋଳ, ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତl ଗ୍ରାମ ପଞ୍ଚାୟତ ଗୋପାଳ ସାହି ଠାରେ ରାଧାକୃଷ୍ଣଙ୍କ ତିନି ଦୋଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗ୍ରାମର ଗୋପାଳ ମାନେ ଠାକୁର ଠାକୁରାଣୀଙ୍କୁ ଡିଜେ ବାଜା, ରୋଷଣୀ, ବାଣ ଫୁଟାଇ, ଲଉଡ଼ି ଖେଳ ପ୍ରଦର୍ଶନ କରି ଗ୍ରାମ ପରିକ୍ରମା କରାଇ ପିଠ ସ୍ଥଳକୁ ଆଣିଥିଲେ l ଯାତ୍ରାରେ ଦୋକନ ବଜାର ସହ ଦୋଳି ଆଦି ପଡିଥିଲା l ଆଖାପାଖର ଶ୍ରଦ୍ଧାଳୁ ଙ୍କ ସହ ବିଭିନ୍ନ ଦଳର ସ୍ଥାନୀୟ ନେତା ଯୋଗ ଦେଇଥିଲେ l


