ପାତ୍ରପଡାରେ ଭୟାବହ ଅଗ୍ନିକାଣ୍ଡ 42 ବଖରା ପୋଡ଼ି ପାଉଁଶ
ଅନୁଗୋଳ : ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପାତ୍ର ପଡ଼l କମାର ସାହିରେ ରବିବାର ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ଘଟିଛି l ସୂଚନା ମୁତାବକ 19 ପରିବାରର 42 ବଖରା ଘର ପୋଡି ପାଉଁଶ ହୋଇଯାଇଛି l ଅଗ୍ନିକାଣ୍ଡ ର କାରଣ ସ୍ପଷ୍ଟ ଜଣା ପଡିନାହିଁ l ଚୁଲି ନିଆଁ ଲାଗି ଏପରି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି l ଖବର ପାଇ ଛେଣ୍ଡିପଦା ଦମକଳ ବାହିନୀ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l କ୍ଷୟ କ୍ଷତି ଆକଳନ କରାଯାଇ ନଥିବା ବେଳେ ତୁରନ୍ତ ବିପନ୍ନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l


