ତିନି ଚୋର ଗିରଫ
ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବାବେଳେ ନିର୍ମାଣକାରୀ ସଂସ୍ଥାର ବିଭିନ୍ନ ଆନୁସଂଗୀକ ଯନ୍ତ୍ରପାତି ରାସ୍ତାକଡରେ ଗଦାହୋଇ ରହୁଛି । ଏହାର ସୁଯୋଗ ନେଇ ଚୋରମାନେ କେତେକ ନିର୍ମାଣ ଉପଯୋଗୀ ସାମଗ୍ରୀ ଚୋରି କରୁଥିବା ଅଭିଯୋଗ ହେଉଛି । ଗତ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଯାଜପୁର ପାଣିକୋଇଲି ଅଞ୍ଚଳତ ତିନିଜଣ ଯୁବକ ଆଖୁଆପଦା ନିକଟ ଯଶୋଟିକିରି ଠାରେ ପହଞ୍ଚି ନିର୍ମାଣକାରୀ ସଂସ୍ଥାର ବିଭିନ୍ନ ସାମଗ୍ରୀ ଚୋରି କରୁଥିଲେ । ଏହି ସମୟରେ ସ୍ଥାନୀୟ ଯଶୋଟିକିରି ଗ୍ରାମବାସୀ ଚୋରମାନଙ୍କୁ ଧରି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ତତକ୍ଷଣାତ ଥାନା ଗାଡି ପହଞ୍ଚି ତିନି ଚୋରକୁ ଗିରଫ କରିଥିଲେ । ଆଜି ସେମାନଙ୍କୁ ଡାକ୍ତରୀମାଇନା କରାଯାଇ କୋର୍ଟଚାଲାଣ କରାଯାଇଛି । ଏନେଇ ପୁଲିସ ପକ୍ଷରୁ ୫୬/୨୧ରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି ।