ତିନି ପିସ୍ତଲ ଜବତ, ତିନି ଗିରଫ
ଜୟପୁର, (ୱାଇଏନ୍ଏସ୍): ଜୟପୁର ସଦର ପୋଲିସ କୁ ମିଳିଛି ଏକ ବଡ଼ ସଫଳତା।ବେଆଇଅନ ପିସ୍ତଲର ରାକେଟ ର ପର୍ଦ୍ଧାଫାସ କରିଛି ପୋଲିସ।ଏହି ଘଟଣା ରେ ଜିନି ଯୁବକ କୁ ଗିରଫ କରି ୩ପିସ୍ତଲ ୬ଟି ଜୀବନ୍ତ ଗୁଳି ମଧ୍ୟ ଜବତ ହୋଇଥିବା ନେଇ ଆଜି ଏକ ପ୍ରେସମୀଟ ଯୋଗେ ସୂଚନା ଦେଇଛନ୍ତି ଜୟପୁର SDPO ଅରୁପ ଅଭିଷେକ ବେହେରା। ଜୟପୁର ଅଞ୍ଚରେ ଦୀର୍ଘଦିନ ହେବ କିଛି ଯୁବକ ବେଆଇନ ଭାବେ ପିସ୍ତଲ ରଖି ଅସାମାଜିକ କାର୍ଯ୍ୟ ଘଟାଇବା ପାଇଁ କରୁଥିଲେ ଯୋଜନା ।କୌଣସି ସୂତ୍ର ରୁ ଖବର ପାଇ ଜୟପୁର ସଦର ପୋଲିସ ପ୍ରଥମ ଫମ୍ପୁଣି ଗ୍ରାମର ଜଣେ ଯୁବକ ଶଙ୍କର ପ୍ରଧାନ ଙ୍କ ଉପରେ ଚଢ଼ାଉ କରିଥିଲା।ଚଢ଼ାଉ ସମୟ ରେ ଶଙ୍କର ଙ୍କ ଠାରୁ ଗୋଟିଏ ପିସ୍ତଲ ଜବତ କରିଥିଲା। ପୋଲିସ ର ଅଧିକ ଜେରା ସମୟ ରେ ଏହି ପିସ୍ତଲ ର ଲିଙ୍କ ରେ ଅନ୍ୟ ଦୁଇ ଯୁବକ ଙ୍କ ପାଖକୁ ପହଞ୍ଚି ଥିଲା।ସେମାନେ ହେଲେ ଦାମାପୁଟ ର ରାକେଶ କୁମାର ଶୁକ୍ରୀ ,ଜୟପୁର ସହର ର ପାଇକ ସାହିର MD ଅନସର ଅଲ୍ଲୀ ଏମାନଙ୍କ ଠାରୁ ମଧ୍ୟ ଦୁଇଟି ପିସ୍ତଲ ଜବତ କରିଛି ପୋଲିସ।ଏହି ତିନି ଅଭିଯୁକ୍ତ ଙ୍କ ମଧ୍ୟରୁ ମାଷ୍ଟର ମାଇଣ୍ଡ ହେଉଛନ୍ତି ଶଙ୍କର ପ୍ରଧାମ ତାଙ୍କର ନାମରେ ଜୟପୁର ସଦର ଥାନାରେ ତିନି ଟି ଅପରାଧିକ ମାମଲା ଥିବାବେଳେ କୁନ୍ଦ୍ରା ଥାନାରେ ଜଣେ ସାମ୍ବାଦିକ ଙ୍କୁ ଜୀବନ ରେ ମାରିବା ଭଳି ମମାଲା ରେ ଜଡିତ ଅଛନ୍ତି।ଅନ୍ୟପଟେ ରାକେଶ କୁମାର ଶୁକ୍ରୀ ଜଣେ ଓକିଲଙ୍କ ଆକ୍ରମଣ କରିବା ଘଟଣା ରେ ଜୟପୁର ଟାଉନ ଥାନାରେ ମମାଲରହିଛି।ଅନ୍ୟପଟେ ଗିରଫ ତିନି ଯୁବକ ଙ୍କ ଠାରୁ ତିନିଟି ପିସ୍ତଲ ,୭.୬୫mm ର ଜୀବନ୍ତ ଗୁଳି,ତିନିଟି ମୋବାଇଲ ଏବଂ ଏକ ଧଳା ଅପଚି ବାଇକ କୁ ଜବତ ହୋଇଥିବା ବେଳେ ପିସ୍ତଲ ର ରାକେଟ ର ଚେର କେଉଁଠି ଲମ୍ବିଛି ଏବଂ ଏହା କେଉଁ ଆସାମାଜିକ କାର୍ଯ୍ୟ ପାଇଁ ବ୍ୟବହାର ହେବାର ଥିଲା ଏବଂ ଗୁଳି କେଉଠୁ ଆସିଛି ସେସବୁ ର ପୁରା ତଦନ୍ତ ଚାଲିଛି ବୋଲି କହିଛନ୍ତି ଜୟପୁର SDPO ଅରୁପ ଅଭିଷେକ ବେହେରା ସୂଚନା ଦେଇଛନ୍ତି।


