ତିନୋଟି ପିଲା ଥିବା କାରଣରୁ ରଘୁଦେଇପୁର ସରପଂଚ ଅଯୋଗ୍ୟ ଘୋଷିତ

କେନ୍ଦ୍ରାପଡା – ତିନୋଟି ପିଲା ଥିବା କାରଣରୁ ରଘୁଦେଇପୁର ସରପଂଚକୁ କେନ୍ଦ୍ରାପଡା ସିଭିଲ ଜଜ ଜୁନିଅର ଡିଭିଜନଙ୍କ କୋର୍ଟ ଅଯୋଗ୍ୟ ଘୋଷଣା କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗତ ୨୦୧୭ମସିହା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଡେରାବିଶ ବ୍ଲକ ଅନ୍ତର୍ଗତ ରଘୁଦେଇପୁର ଗ୍ରାମପଂଚାୟତର ସରପଂଚ ଭାବେ ବନ୍ଧପଡା ଗ୍ରାମର ସ୍ୱର୍ଗତ ଭାଗବତ ପଣ୍ଡାଙ୍କ ପୁଅ ହରିବୋଲ ଓରଫ ହରିପଦ ପଣ୍ଡା ନିର୍ବାଚିତ ହୋଇଥିଲେ । ସେହି ବ୍ଲକ ଅନ୍ତର୍ଗତ କଂସାରିପାଟଣା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ପୁଅ ଗୈାରାଙ୍ଗ ମହାରଣା ସରପଂଚ ହରିପଦ ତିନୋଟି ସନ୍ତାନଙ୍କ ପିତା ହୋଇଥିବାରୁ ଗ୍ରାମପଂଚାୟତ ନିୟମ ଅନୁଯାଇ ତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ପ୍ରାର୍ଥନା କରି କେନ୍ଦ୍ରାପଡା ସିଭିଲ ଜଜ ଜୁନିଅର ଡିଭିଜନଙ୍କ କୋର୍ଟରେ ୧/୨୦୧୭ରେ ଏକ ନିର୍ବାଚନ ମିଶ କେଶ ଦାୟର କରିଥିଲେ । ସେହି ମାମଲାର ଶୁଣାଣି କରି ଗତ ସେପ୍ଟେମ୍ବରମାସ ୩୦ତାରିଖରେ କେନ୍ଦ୍ରାପଡା ସିଭିଲ ଜଜ ଜୁନିଅର ଡିଭିଜନ ପ୍ରଜ୍ଞା ପୂଜାପ୍ରଦା ରଘୁଦେଇପୁର ସରପଂଚ ହରିବୋଲ ଓରଫ ହରିପଦ ପଣ୍ଡାଙ୍କର ତିନୋଟି ସନ୍ତାନ ଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ସହିତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ସେହି ପଂଚାୟତରେ ପୁନଃ ନିର୍ବାଚନ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି । ଦରଖାସ୍ତକାରୀ ଗୈାରାଙ୍ଗଙ୍କ ପକ୍ଷରୁ ବରିଷ୍ଠ ଓକିଲ ସରୋଜରାଜ ସିଂ ମକଦ୍ଦମା ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ