ତିର୍ତ୍ତୋଲ ବିଧାନସଭା ପାଇଁ ବିଜେଡିରୁ ଯୋଗ୍ୟ ପ୍ରାର୍ଥୀ ପ୍ରସନ୍ନ କୁମାର ମଲ୍ଲିକ୍‍

ଜଗତସିଂହପୁର: ୨୦୧୯ ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇ ନିର୍ବାଚନ ଆଚରଣ ବିଧି ଲାଗି ହେବାପରେ ଏବେ ସମସ୍ତ ଦଳରେ ଟିକେଟ ପାଇଁ କସରତ ଆରମ୍ଭ ହୋଇଯାଇଛି । ଜଗତସିଂହପୁରର ପ୍ରମୁଖ ନିର୍ବାଚନ ମଣ୍ଡଳୀ ହେଉଛି ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ । ଏଠାରେ ସାଧାରଣ ବର୍ଗରୁ ସଂରକ୍ଷିତ ଆସନ ଘୋଷଣାହେବା ପରଠାରୁ ଏଠାରେ ବିଜେଡି ହିଁ ଜିତି ଆସୁଛି । ଗତ ଦୁଇଟି ସାଧାରଣ ନିର୍ବାଚନରେ ନୂଆ ମୁହଁ ଦେଖାଇ ବିଜେଡି ସଫଳ ହୋଇଥିବା ବେଳେ କଂଗ୍ରେସ ନିଜର ସତ୍ତା ହରାଇଛି । ୨୦୧୯ ନିର୍ବାଚନରେ ବିଜେଡି ନୂଆ ମୁହଁ ସନ୍ଧାନରେ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏହି କ୍ରମରେ ତିର୍ତ୍ତୋଲରୁ ପ୍ରାର୍ଥୀ ହେବାପାଇଁ ଅନେକ ଆଶାୟୀ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଇଂ ପ୍ରସନ୍ନ ମଲ୍ଲିକ ପ୍ରମୁଖ ଦାବିଦାର ବୋଲି ସାଧାରଣରେ ଆଲୋଚନା ହେଉଛି । ନିର୍ବାଚନ ମଣ୍ଡଳୀରେ ତାଙ୍କର ଅନେକ ସମର୍ଥକ ଥିବାବେଳେ ଲୋକପ୍ରିୟତା ମଧ୍ୟ ରହିଛି । ଇଂ ମଲ୍ଲିକ ୨୦୦୨, ୨୦୦୭ ଓ ୨୦୧୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସକ୍ରିୟ ଭାବେ ଜଡିତ ଥିବାବେଳେ ୨୦୧୨-୧୭ରେ ଜିଲ୍ଲା ପରିଷଦ ସଭ୍ୟ ଥିଲେ । ଅନେକ ଜନହିତକର କାର୍ଯ୍ୟ କରିଥିଲେ । ଏଥିସହ ଇଂ ପ୍ରସନ୍ନ ମଲ୍ଲିକ ୨୦୦୭-୧୨ରେ ଇବ୍ରିସିଂ ପଞ୍ଚାୟତର ନୋମିନି ଥିଲେ । ଏହାପୂର୍ବରୁ ସେ ଇବ୍ରିସିଂହ ପଞ୍ଚାୟତରେ ସରପଞ୍ଚ ଭାବେ ନିର୍ବାଚିତ ହୋଇ ବହୁ ଉନ୍ନୟମୂଳକ କାର୍ଯ୍ୟ କରି ପଞ୍ଚାୟତବାସୀଙ୍କ ମନ କିଣିଛନ୍ତି । ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ପଞ୍ଚାୟତ ଅଧ୍ୟକ୍ଷ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ବିରୋଧୀ ଦଳ ନେତ୍ରୀ ସୋନିଆ ଗାନ୍ଧୀ ଇଂ ପ୍ରସନ୍ନ ମଲ୍ଲିକଙ୍କୁ ସମ୍ମାନିତ କରିଥିଲେ । ଏଥିସହ ୨୦୦୫ରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ମହୋତ୍ସବରେ ଜିଲ୍ଲାପାଳ ଇଂ ମଲ୍ଲିକଙ୍କୁ ନଂ ୧ ସରପଞ୍ଚ ସମ୍ମାନରେ ସମ୍ମାନିତ କରିଥିଲେ । ସେ ହେଉଛନ୍ତି ରାଜ୍ୟର ଏକମାତ୍ର ସରପଞ୍ଚ ଯିଏକି ତାଳକୋଟା ଷ୍ଟାଡିୟମରେ ଅନୁଷ୍ଠିତ ସର୍ବଭାରତୀୟ ପଞ୍ଚାୟତ ଅଧ୍ୟକ୍ଷ ସମ୍ମିଳନୀରେ ଡେଲିଭରି ସ୍ପିଚ୍‍ ଦେବାପାଇଁ ମନୋନୀତ ହୋଇଥିଲେ । ଏଥିସହ ସେ ସମାଜସେବାରେ ମଧ୍ୟ ନିଜକୁ ନିୟୋଜିତ କରୁଛନ୍ତି । ଏହିପରି ସେ ଜିଲ୍ଲାରେ ଜନସମ୍ପର୍କ ବୃଦ୍ଧି ଜାରି ରଖିଛନ୍ତି । ବିଶେଷ କରି ପଞ୍ଚାୟତରେ ଥିବା ଆର୍ଥିକ ଅନଗ୍ରସର, ଗରିବ ଲୋକଙ୍କର ସାମାଜିକ ଓ ଆର୍ଥିକ ବିକାଶ ହୋଇପାରିବ ସେ ଦିଗରେ ଦୃଷ୍ଟି ଦେଇଥାନ୍ତି । ରାଜୀତିକୁ ଆସିବା ପରଠାରୁ ସେ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇଛନ୍ତି । ଏବେଇଂ ମଲ୍ଲିକ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ସେବାକରିବା ପାଇଁ ଅଣ୍ଟା ଭିଡିଛନ୍ତି । ତାଙ୍କୁ ଦଳୀୟ ପାର୍ଥି ଭାବେ ଘୋଷଣା କରିବା ପାଇଁ ତିର୍ତ୍ତେଲର ବିଜୁ ଯୁବବାହିନୀ ଦାବି କରି ଆସୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ