ତିଳୋତ୍ତମାଙ୍କୁ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା
ଆରଡି, (ଆଲୋକ ଚନ୍ଦ୍ର ନାୟକ):୩୮ ତମ ଜାତୀୟ କ୍ରୀଡାରେ ସ୍ବର୍ଣ୍ଣପଦକ ବିଜେତା ଆଗରପଡା ମହାନ୍ତି ପଡା ଗ୍ରାମର ପିତା ରମେଶ ଚନ୍ଦ୍ର ସାହୁ,ଓ ମାତା ଯଶୋଦା ସାହୁଙ୍କ ସୁପୁତ୍ରୀ ତିଳତ୍ତମା ସାହୁଙ୍କୁ ଶୁକ୍ରବାର ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଛି । ଭଦ୍ରକ ଜିଲ୍ଲାର ରଗବୀ ଫୁଟବଲ ଆସୋସିଏସନର ସମ୍ପାଦକ ସହିତ ଜିଲ୍ଲାର ରଗବି କୋଚ ଶ୍ରୀଧର ମହାଳିକ, ସଭାପତି ଅନନ୍ତ ସାହୁ ଓ ଜିଲ୍ଲାର ଏକମାତ୍ର ସ୍ପୋର୍ଟ୍ସ ଫିଗିଓଥେରାପିଷ୍ଟ ଲକ୍ଷ୍ମଣ ନାୟକ (ବାଙ୍କୁ) ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଆମ ଆସୋସିଏସନ୍ ତରଫରୁ କାମନା କରି ଭାରତ ତରଫରୁ ଖେଳିବା ପାଇଁ ଓଡିଶା ର ବଡ଼ ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି l ଜିଲ୍ଲାରେ ଅନେକ ସ୍ପୋର୍ଟ୍ସ ଆସୋସିଏସନ୍ ଅଛି ହେଲେ ଖେଳାଳୀ ମାନେ ଉପଯୁକ୍ତ କୋଚିଂ ପାଇବାରୁ ବଂଚିତ ହେଉଛନ୍ତି । ସେମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତରରେ ଖେଳାଇବା ପାଇଁ ଆମ ଅନୁଷ୍ଠାନ ଚେଷ୍ଟା ଅବ୍ୟାହତ ରଖିଛି ବୋଲି ସଭାପତିଙ୍କ ସମେତ କର୍ମକର୍ତ୍ତା ମାନେ କହିଛନ୍ତି । ଆମ ରଗବି ଫୁଟବଲ ଆସୋସିଏସନ ର ଖେଳାଳୀ ମାନେ ୨୫ରୁ ଅଧିକ ଖେଳାଳୀ ଜାତୀୟ ସ୍ତରରେ ଖେଳି ପୁରସ୍କୃତ ହୋଇ ସାରିଛନ୍ତି, ସେହି ଖେଳାଳୀ ମାନଙ୍କୁ ଅନୁଷ୍ଠାନ ତରଫରୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।