ତୁଳସୀକ୍ଷେତ୍ରରେ ହବିଷ୍ୟାଳୀଙ୍କ କାର୍ତ୍ତିକବ୍ରତ ଆରମ୍ଭ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଶ୍ରୀବଳଦେବଜୀୟୁଙ୍କ ପୀଠରେ ହବିଷ୍ୟାଳୀଙ୍କ କାର୍ତ୍ତିକବ୍ରତ ଗରାପୁର ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପକ୍ଷରୁ ଗୁରୁବାର ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଶ୍ରୀମା’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ନଗରପାଳ ସରିତା ସାହୁ, ସ୍ୱାମୀ ଲୋକାତିତ ମହାରାଜ, ସ୍ୱାମୀ ବିଶାଖାନନ୍ଦ ମହାରାଜ, ସ୍ୱାମୀ ବିଶ୍ୱକୃପାନନ୍ଦ ସରସ୍ୱତୀ, ଶ୍ରୀଜୀୟୁଙ୍କ ମନ୍ଦିର ପରିଚାଳନା ବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ପୂର୍ବତନ ପୈାରପାଳ ରୋସ୍ନା ସାହୁ,କାଉନସିଲର ପୁଷ୍ପଲତା ବେହେରା, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ପ୍ରମୋଦ ରଥ, ଲିଲିତା ଦାସ, ନିର୍ମଳା ମହାନ୍ତି, ଏସଏଚଜି ସମ୍ପାଦିକା ସ୍ୱପ୍ନା ସିଂ, ରଞ୍ଜିତ ଜେନା, ଦ୍ରୈାପଦୀ ରାଉତ, ଗବେଷକ ନିରଞ୍ଜନ ମେକାପ ପ୍ରମୁଖ ଯୋଗଦେଇ ହବିଷ୍ୟାଳୀଙ୍କ କାର୍ତ୍ତିକବ୍ରତ ଉଦଘାଟନୀ ଉତ୍ସବରେ ଯୋଗଦେଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ବେହେରା ତୁଳସୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ରହିବା ପାଇଁ ତୁଳସୀ ଭବନର ନିର୍ମାଣ ନିମନ୍ତେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୧୦ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ । ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ଆବଶ୍ୟକତା ଅନୁଯାୟୀ ଅବଶିଷ୍ଟ ପାଣ୍ଠି ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ । ଶ୍ରୀବଳଦେବଜୀଉଙ୍କ ଯାତ୍ରୀନିବାସରେ ହବିଷ୍ୟାଳୀମାନଙ୍କ ପାଇଁ ରହିବାର ସୁବ୍ୟବସ୍ଥା କରାଯାଇଥିବା ବେଳେ ସେଠାରେ ସନ୍ଧ୍ୟାରେ ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ସମେତ ଅନ୍ୟ ସାଧୁସନ୍ଥମାନେ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ ସହିତ ନାମ ସଂକୀର୍ତ୍ତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଳଦେବସେନାର ପପୁନ କୁମାର ସ୍ୱାଇଁ ଏବଂ ତାଙ୍କ ସହଯୋଗୀ, ମନ୍ଦିର ପ୍ରଶାସନ ଓ ସେବାୟତମାନେ ସହଯୋଗ କରିଥିଲେ । ଶିବାନନ୍ଦ ଆଶ୍ରମର ନୃସିଂହ ବାବା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।